ଡ୍ରାଫ୍ଟକୁ ନେଇ ବଢିଲା ବିବାଦ : ବିଜ୍ଞପ୍ତି ପ୍ରତ୍ୟାହାର କରିନେବାକୁ NMAଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏନଏମଏ ବାଇ ଲ’କୁ ନେଇ ଏବେ ବିବାଦ ଜୋର ଧରିଥିବା ବେଳେ ତୀବ୍ର ହେଲାଣି ବିରୋଧ । ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଶ୍ରୀକ୍ଷେତ୍ର ମୂଳପୀଠ, ସେବକ, ଶ୍ରଦ୍ଧାଳୁଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା ପାଇଁ ପରାମର୍ଶ ଦିଆଯାଇଛି ।

ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ପରିଧି ଅଂଚଳକୁ ଐତହ୍ୟ କରିଡରରେ ପରିଣତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ତେବେ ଏତିକି ବେଳେ କେନ୍ଦ୍ରର ଏକ ବଡ଼ ନିଷ୍ପତ୍ତି ଏହି ଐତହ୍ୟ ବିକାଶକୁ ଏକ ବଡ଼ ଝଟକା ଦେଲା ଭଳି ହୋଇଛି । କାରଣ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧିନ ଜାତୀୟ କୀର୍ତ୍ତିରାଜୀ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ- ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ କୁହାଯାଇଛି ଯେ, ମନ୍ଦିର ଚାରିପଟେ ୩୦୦ ମିଟର ଅଂଚଳ ପାଇଁ କଟକଣା ଜାରି ହେବ । ପ୍ରଥମ ୧୦୦ ମିଟର ପୁରା ନିଷିଦ୍ଧାଂଚଳ ଭାବେ ଘୋଷଣା ହେବ । ଏହି ଅଂଚଳରେ କୌଣସି ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଦିଆଯିବନି ଅନୁମତି । ତେଣୁ ଏହି ବାଇ-ଲ କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରର ଐତିହ୍ୟ ବିକାଶ ଧାରା ପ୍ରାଧାପ୍ରାପ୍ତ ହେବ ବୋଲି କୁହାଯାଉଛି । ସେପଟେ ଏହାକୁ ନେଇ ଜୋର ଧରିଲାଣି ପ୍ରତିବାଦ । ପ୍ରସଙ୍ଗରେ ରାଜନୀତି ମଧ୍ୟ ସରଗରମ ହେଲାଣି ସରଗରମ । .

ଏହି ବାଇ ଲ’କୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି , ଏହି ଗାଇଡ଼ ଲାଇନ ପୁରୀ ପାଇଁ ଲାଗୁ ହେବା ଠିକ ନୁହେଁ। ପୁରୀ ଜଗନ୍ନାଥ ମନ୍ଦିରକୁ ସ୍ୱତନ୍ତ୍ର ବିଚାର କରିଯିବା ଆବଶ୍ୟକ। ଭାରତ ବର୍ଷର ଅଲଗା ମନ୍ଦିର ସହିତ ତୁଳନା କରବା ଠିକ ନୁହଁ। ଏହି ଯେଉଁ ଗାଇଡ଼ ଲାଇନ ଆସିଛି ଏହାକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ । ଇଏ ଏକ ବିସ୍ପୋରୋକ ପରିସ୍ଥିତି ସୃଷ୍ଟି କରିବ।

ସେପଟେ ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି  ଯେ,ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ମନ୍ଦିର ସ୍ଥଳୀର ସୌନ୍ଦର୍ଯ୍ୟକରଣ ହେବା ଦ୍ବାରା ଭକ୍ତ ମାନଙ୍କ ଆକୃଷ୍ଟର କେନ୍ଦ୍ର ପାଲଟିଥିଲା। ଏହାକୁ ବିବାଦୀୟ ସ୍ଥିତିକୁ ନିଆଯାଇଛି। ଧାର୍ମିକ ଭାବନାର ଡିଣ୍ଡିମ ପିଟୁଥିବା ଦଳ କେତେ ଦୂର ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି ତାହା ଆଲୋଚନାର ବିଷୟ। ପୁରୀର ସୌନ୍ଦର୍ଯ୍ୟ କାମ ରାତାରାତି ହୋଇନାହିଁ। ପୂର୍ବରୁ କାହିଁକି ରୋକିଲେ ନାହିଁ। ଏଥିରେ ରାଜନୀତି ଗନ୍ଧ ଥାଇପାରେ ବୋଲି ସେ କହିଛନ୍ତି।

Spread the love