ଢଗ ଢମାଳି, ଗୀତ ନାଚରେ କମ୍ପୁଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଟ
ଆମ ଓଡ଼ିଆ ଢଗ ଢମାଳି ବହୁ ପ୍ରାଚୀନ l ଚାଷୀ ମାନେ ଏହି ଗୀତକୁ ମୁଖସ୍ତ କରିଦେଇଥାନ୍ତି l ତେଣୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ବିଭିନ୍ନ ଢଗ ଅବା ଗୀତ ଗାଇଥାନ୍ତି ଏବଂ ଏହାର ପ୍ରତିଫଳିତ ହୋଇଥାଏ ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡ ନାଟ ରେ । ଦଣ୍ଡ ନାଟ ରେ କିଛି ବର୍ଷ ହେଲା ଅପେରା, ମେଲୋଡି କାର୍ଯ୍ୟକ୍ରମ କରାଯାଉଥିବା ଯୋଗୁଁ ଏଥିରେ ଅଶ୍ଳୀଳତା ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ତେଣୁ ଆସନ୍ତା ବର୍ଷ ରୁ ଅପେରା ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଉଥିବା ପ୍ରସ୍ତାବ ରହିଛି l
ଏହିପରି ସ୍ଥଳେ ବ୍ରହ୍ମପୁର ହରିଡ଼ାଖଣ୍ଡି ବାଲ୍ୟ ଦଣ୍ଡ କାଳୀ ଦଣ୍ଡ ନାଟ ପକ୍ଷରୁ ରାତିରେ ମନୋରଞ୍ଜନ ପାଇଁ ଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି l ଯାହାକୁ ଅନେକ ଲୋକ ପସନ୍ଦ ବି କରିଛନ୍ତି l ଯୋଗୀ ଭଣତି ରେ ଈଶ୍ୱର ପାର୍ବତୀଙ୍କ ପୁରାଣ ଏବଂ ଚଢ଼େୟା, ଚଢ଼େୟାଣୀ ସାପୁଆ, କେଳା ଏପରି ୩୦ ଜଣ କଳାକାର ଆବଶ୍ୟକ ହୋଇଥାନ୍ତି l ଢୋଲ, ମହୁରୀ, ନାଗରା ବ୍ୟବହାର କରାଯାଇଥାଏ l
କଳାକାର ମାନେ ଢଗ, ଗୀତରେ ଗୀତରେ ଚଢ଼େୟା ନୃତ୍ୟ କରିଥାଆନ୍ତି l ୪୦ ବର୍ଷର ଏହି ଅନୁଷ୍ଠାନ ରେ ୨୮ବର୍ଷ ଅପେରା ହୋଇଥିଲା କିନ୍ତୁ ଲକ ଡାଉନରେ ଅପେରା କରିବାକୁ ଆଉ ଅନୁମତି ମିଳିଲା ନାହିଁ l ଏହାପରେ ଛଅ ବର୍ଷ ହେଲା କେବଳ ଦଣ୍ଡ ନୃତ୍ୟ କରି ଆସୁଛୁ ବୋଲି କହିଛନ୍ତି ନୃତ୍ୟ କଳାକାର l ଛୋଟ ପିଲା ଏବଂ ପାଖାପାଖି ୩୦ ଜଣଙ୍କୁ ନେଇ ଦଣ୍ଡ ଚଢ଼େୟା କରାଯାଇଥାଏ l ରାତିରେ ଦଣ୍ଡୁଆ ଖାଇ ସାରିବା ପରେ କାଳୀ ଙ୍କୁ ଧରି ପାଟ ଭୁକ୍ତା ମାନସିକ ରଖିଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ପହଞ୍ଚି କାଳୀ ନାଚ ପରେ ଚଢ଼େୟା ନୃତ୍ୟ ପରିବେଷଣ କରାଯାଇଥାଏ l
ସମସ୍ତ ଦଣ୍ଡ ନାଟ ଦଳରେ ଚଢ଼େୟା ନୃତ୍ୟ ରହିଛି କିନ୍ତୁ ଅଳ୍ପ ସମୟ ଏହା କରାଯାଇ ଏହାପରେ ମେଲୋଡି ଓ ରେକର୍ଡ ଡ୍ୟାନ୍ସ, ଅପେରା କରାଯାଇଥାଏ ଏବଂ ଯେଉଁଥିରେ ଅଶ୍ଳୀଳତା ର ଛାପ ରହିଯାଉଥିବା ଦେଖାଦେଇଛି l ଏହିପରି ସ୍ଥଳେ ହରିଡ଼ା ଖଣ୍ଡି ର ଦଣ୍ଡ ନୃତ୍ୟ ରେ ଚଢ଼େୟା ନୃତ୍ୟକୁ ପ୍ରଂଶସା କରାଯାଇଛି l