ତୁଳସୀରେ ପାଣି ଦେବାବେଳେ କରନ୍ତୁ ନାହିଁ ଏଭଳି ଭୁଲ, ନହେଲେ ଘର ପାଇଁ ପାଲଟିଥାଏ ବିପଦ !

ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ଖୁବ୍‌ ଅଧିକ ରହିଛି। ଏପରି ଘର ନ ଥିବ, ଯେଉଁଠାରେ କି ତୁଳସୀଙ୍କ ପୂଜା, ବନ୍ଦାପନା କରାଯାଏ ନାହିଁ। ତୁଳସୀଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ଭାବରେ ବିବେଚନା କରାଯାଏ । ଘରେ ତୁଳସୀ ଗଛ ଥିଲେ, ମାତା ଲକ୍ଷ୍ମୀଙ୍କ ସହିତ ପ୍ରଭୁ ବିଷ୍ଣୁଙ୍କର ମଧ୍ୟ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ଏବଂ ଘରଟି ଧନଧାନ୍ୟରେ ପରିପୂର୍ଣ୍ଣ ରହିବ ବୋଲି ବିଶ୍ୱାସ ରହିଛି।

କିନ୍ତୁ ତୁଳସୀକୁ ଘରେ ଲଗାଇବା ଏବଂ ଜଳ ଅର୍ପଣ କରିବାର କିଛି ନିୟମ ଅଛି । ତୁଳସୀ ହେଉଛି ଏକ ଉଦ୍ଭିଦ ଯାହାକୁ ପୂଜା କରିବା ଦ୍ୱାରା ଘରେ ସକରାତ୍ମକ ଓ ଦିବ୍ୟ ଭାବନା ମନରେ ଜାଗ୍ରତ ହୋଇଥାଏ। ଏହା ଏପରି ଏକ ଉଦ୍ଭିଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । କିନ୍ତୁ ଘରେ ତୁଳସୀ ଗଛ ରଖି ମଧ୍ୟ ଆପଣ ଏହାକୁ ଜଳ ଅର୍ପଣ ତଥା ପୂଜା କରିବାର ନିୟମ ଠିକ୍‌ ଭାବେ ପାଳନ ନ କଲେ ଏହା ଖରାପ ଫଳାଫଳ ଦେଇପାରେ ।

ତୁଳସୀରେ ପାଣି ଦେବା ପାଇଁ ନିୟମ :

-ସ୍ନାନ ନ କରି କେବେବି ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ ।

-ତୁଳସୀକୁ ପାଣି ଦେବା ପୂର୍ବରୁ କିଛି ଖାଇବା ଉଚିତ୍ ନୁହେଁ ।

-ବିଶ୍ୱାସ କରାଯାଏ ଯେ ତୁଳସୀକୁ ପାଣି ଦେବାବେଳେ ସିଲେଇ ହୋଇ ନ ଥିବା ଏକ ବସ୍ତ୍ର ପିନ୍ଧିବା ଉଚିତ୍ ।

-ରବିବାର ତୁଳସୀ ଗଛରେ ଜଳ ଦିଆଯିବା ଉଚିତ୍ ନୁହେଁ, କାରଣ ଏହି ଦିନ ମାତା ତୁଳସୀ ବିଶ୍ରାମ ନେଇଥାନ୍ତି ।

ଏକାଦଶୀରେ ତୁଳସୀଙ୍କୁ ଜଳ ଦିଆଯିବା ଉଚିତ ନୁହେଁ, କାରଣ ଏହି ଦିନ ତୁଳସୀ ମାତା ବିଷ୍ଣୁଙ୍କ ପାଇଁ ନିର୍ଜଳା ଉପବାସ ପାଳନ କରନ୍ତି ।

-ତୁଳସୀ ଗଛରେ ଅତ୍ୟଧିକ ଜଳ ଦେବା ଉଚିତ୍ ନୁହେଁ ।

-ସୂର୍ଯ୍ୟୋଦୟ ସମୟରେ ତୁଳସୀରେ ପାଣି ଦେବା ଶୁଭ ଅଟେ।

କେଉଁ ଦିଗରେ ଲଗାଇବେ :

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂର୍ବ ଦିଗରେ ତୁଲସୀ ଗଛ ଲଗାନ୍ତୁ । ଉତ୍ତର-ପୂର୍ବ ଦିଗରେ ମଧ୍ୟ ଏହି ଗଛକୁ ଲଗାଇପାରିବେ। ଏହି ୨ ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସବୁବେଳେ ସକରାତ୍ମକ ବାତାବରଣ ବିରାଜମାନ କରିଥାଏ।

କେଉଁ ଦିଗରେ ଲଗାଇବେ ନାହିଁ :

ଭୁଲ୍‌ରେ ବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ । ତୁଳସୀକୁ ଏହି ଦିଗରେ ରଖିବା ଦ୍ୱାରା ଲାଭ ବଦଳରେ କ୍ଷତି ବଢ଼ିଥାଏ ଏବଂ ଘରେ ନକାରାତ୍ମକତା ବାତାବରଣ ସୃଷ୍ଟି ହୋଇଥାଏ । ତୁଳସୀ ଗଛକୁ ଘରର ଛାତ ଉପରେ ରଖିବା ଉଚିତ୍ ନୁହେଁ । କଣ୍ଟା ଗଛକୁ ତୁଳସୀ ସହିତ ରଖିବା ଉଚିତ୍ ନୁହେଁ ।

Spread the love