ତୁଳସୀ ଗଛରେ ପାଣି ଦେବାବେଳେ ଜପନ୍ତୁ ଏହି ମନ୍ତ୍ର, ବଢି ଚାଲିବ ଧନ ସମ୍ପତି

ବନ୍ଧୁଗଣ,  ଶାସ୍ତ୍ର ଅନୁଯାୟୀ ଏଭଳି ଅନେକ କଥା ମାନ ରହିଅଛି ଯାହା ସମ୍ବନ୍ଧରେ ଆପଣ ମାନେ ଜାଣି ନଥିବେ । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ମହତ୍ଵପୂର୍ଣ୍ଣ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆମ ଭାରତ ବର୍ଷରେ ତୁଳସୀ ଗଛର ଅନେକ ମହତ୍ଵ ରହିଅଛି । ଶାସ୍ତ୍ର ଅନୁଯାୟୀ କୁହାଯାଇଅଛି ଆମ୍ଭେ ଘରେ ଯଦି ଏହି ପବିତ୍ର ଗଛ ରହିଥାଏ ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ସୃଷ୍ଟି ହୋଇଥାଏ ।ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ । ତୁଳସୀ ଗଛରୁ ମଧ୍ୟ ବିଭିନ୍ନ ପ୍ରକାରର ଔଷଧ ତିଆରି ହୋଇଥାଏ । ଏହିଭଳି ଭାବରେ ତୁଳସୀ ଆମ୍ଭର ବିଭିନ୍ନ ପ୍ରକାରର କାର୍ଯ୍ୟ ରେ ଲାଗିଥାଏ । ତୁଳସୀ ୩ ପ୍ରକାରର କୃଷ୍ଣ ତୁଳସୀ, ଧଳା ତୁଳସୀ, ଏବଂ ରାମ ତୁଳସୀ । କୃଷ୍ଣ ତୁଳସୀର ଅଧିକ ମହତ୍ଵ ରହିଅଛି । ତୁଳସୀ ର ପୂଜା କରିବା ଦ୍ଵାରା ପାପନାଶ ହୋଇଥାଏ ଏବଂ ଶାନ୍ତି ମିଳିଥାଏ । ସାଧାରଣତ ତୁଳସୀ ଗଛରେ ଆମ୍ଭେମାନେ ପ୍ରତ୍ୟକ ଦିନ ଜଳ ଦେଇଥାଉ । ତୁଳସୀ ଗଛରେ ଜଳ ଦେବା ସମୟରେ ଏହି ମନ୍ତ୍ର ଉଚାରଣ କରିବା ଦ୍ଵାରା ଆମ୍ଭର ସମୃଦ୍ଧି ର ବୃଦ୍ଧି ହୋଇଥାଏ । ଏହା ସହିତ ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତି ମିଳିଥାଏ । ଆପଣ ଯେତେବେଳେ ସକାଳେ ତୁଳସୀ ଗଛରେ ପାଣି ଦେଉଛନ୍ତି ତ ସେହି ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଘରକୁ ରୋଗ ବ୍ୟାଧି ଆସିବ ନାହିଁ ଏବଂ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିଯିବ । ଏହି ମନ୍ତ୍ରଟି ହେଉଛି,- “ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧନି, ଆଧି ବ୍ୟାଧି ହରା ନିତ୍ୟଙ୍ଗ, ତୁଳସୀ ତ୍ଵଙ୍ଗ ନମୋସ୍ତେତୁ । ଏହି ମନ୍ତ୍ରଟି ଆପଣ ନୀତିଦିନ ଉଚ୍ଚାରଣ କରିଲେ ଆପଣଙ୍କୁ ଧନଲାଭ ହେବା ସହିତ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟା ମଧ୍ୟ ଦୂର ହେବ । ତୁଳସୀ ରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଅଛି । ଆୟୁର୍ବେଦ ରେ ମଧ୍ୟ ତୁଳସୀ ଗଛ କୁ ଔଷଧ ରୂପେ ବ୍ୟବହାର କରାଯାଉଅଛି । କୌଣସି କାର୍ଯ୍ୟ ଅଥବା ପୂଜା କୁ ନିୟମ ଅନୁଯାୟୀ କରିବା ଦ୍ଵାରା ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ମିଳିଥାଏ । ଆପଣ ମାନେ ଯଦି ଏହିଭଳି ଭାବରେ ମାତା ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରନ୍ତି ତେବେ ଆପଣଙ୍କୁ ସଫଳତା ର ପାହାଚ ଅତିକ୍ରମ କରିବା ଠାରୁ କେହି ଅଟକାଇ ରଖି ପାରିବେ ନାହିଁ ।

Spread the love