ତୁ ମୋର ନହେଲେ ମୁଁ ବିଷ ପିଇଦେବି… ଆଉ ତା’ ପରେ

କେନ୍ଦୁଝର: କେନ୍ଦୁଝର ଜିଲ୍ଳା ପାଟଣା ଥାନା ବେଗେନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ପ୍ରେମରେ ବିଫଳ ହୋଇ ଜଣେ ଯୁବକ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ମୃତ ଯୁବକ ହେଲେ ବେଗନା ଗ୍ରାମର ଲାଲ ମୋହନ ମହାରଣାଙ୍କ ପୁଅ ଆକାଶ ମହାରଣା(୨୪) । ବିଷ ପାନ ପରେ ତାଙ୍କୁ ଗୁରୁତର ଅବସ୍ଥାରେରେ  ପ୍ରଥମେ ପାଟଣା ଗୋଷ୍ଠି ସ୍ୱ।ସ୍ଥ୍ୟକେନ୍ଦ୍ର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାରୁ ପ୍ରକାଶ ଯେ, ମୃତ ଯୁବକ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀଙ୍କ ଅନ୍ୟତ୍ର ବିବାହ ଠିକ୍ ହେବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇ କୀଟନାଶକ ପିଇ ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

Spread the love