ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

ଭୁବନେଶ୍ୱର, ୧୫/୪:ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର। ଆଜି ସନ୍ଧ୍ୟାରେ କଟକ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ତେଲେଙ୍ଗାନା ପୁଲିସ ସହାୟତାରେ ରଙ୍ଗାରେଡ଼ି ଜିଲ୍ଲାରୁ ହାଇଦରକୁ ଗିରଫ କରାଯାଇଛି। ଶୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ସିପି କହିଛନ୍ତି। ସୂଚନା ଯୋଗ୍ୟ, ଗତ ୧୦ ତାରିଖରେ ହାଇଦର କଟକ ବଡ଼ମେଡିକାଲରୁ ଫେରାର ହୋଇଯାଇଥିଲା।

Spread the love