ଥମୁନି ହ୍ୟୁମାନଙ୍କ ମୃତ୍ୟୁ ବିବାଦ, ଅର୍ପିତା ଚୌଧୁରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ବର: ଥମୁନି ହ୍ୟୁମାନଙ୍କ ମୃତ୍ୟୁ ବିବାଦ । ଅର୍ପିତା ଚୌଧୁରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ । ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଓ ଅର୍ପିତା ଚୌଧୁରୀଙ୍କୁ ନେଇ ବଢିଲା ରହସ୍ୟ । ଆଇସିୟୁ ଓ ଶେଷ ଦର୍ଶନ ବେଳେ ଅର୍ପିତା କଣ ପାଇଁ ମାସ୍କ ପିନ୍ଧି ଯାଇଥିଲେ ବୋଲି ପ୍ରଶ୍ନ ଉଠିଛି । ବରିଷ୍ଠ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହାସହ ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଦୁଇ ମ୍ୟାନେଜର ଓ ପୁରା ଟିମ୍ ସନ୍ଦେହ ଘେରରେ । ଏନେଇ କଳିଙ୍ଗ ଟିଭି ପକ୍ଷରୁ ଅର୍ପିତା ଚୌଧୁରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିନି ।
ସେପଟେ ହ୍ୟୁମାନଙ୍କ ମୃତ୍ୟୁର ପର୍ଦ୍ଦାଫାସ୍ ପାଇଁ ବଲାଙ୍ଗିର, ଯାଜପୁର, ସଇଁତଳା ଓ କଟକରେ ଏତଲା ଦିଆଯାଇଛି । ହ୍ୟୁମାନଙ୍କ ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି । ନଭେମ୍ବର ୧୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଏମସ ଭୁବନେଶ୍ବରରେ ପ୍ରାଣ ହରାଇଥିଲେ ହ୍ୟୁମାନ ସାଗର । ପୁଅର ମୃତ୍ୟୁ ପାଇଁ ମାଆ ଶେଫାଳୀ ସୁନା ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ଓ ଅର୍ପିତାଙ୍କୁ ଦାୟୀ କରିଥିଲେ । ହ୍ୟୁମାନଙ୍କୁ ବ୍ୟବହାର କରାଯାଉଥିଲା । ଦେହ ଖରାପ ସତ୍ତ୍ବେ ତାଙ୍କୁ ବାରମ୍ବାର ଷ୍ଟେଜ ସୋ କରାଯାଉଥିଲା ବୋଲି ଅଭିଯୋଗ କରିଥିଲେ ଶେଫାଳୀ ।
