ଦରଘାବଜାର ଭସାଣିରେ ଗୋଷ୍ଠୀ ସଂଘର୍ଷ ଘଟଣା, ଦୃଢ଼ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର : କଟକ ଦରଘାବଜାର ଭସାଣିରେ ଗୋଷ୍ଠୀ ସଂଘର୍ଷ ଘଟଣା । ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ଚିନ୍ତାଜନକ । ଢେଲାପଥର ମାଡ଼ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି । ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ବାତାବରଣ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଛି । ପୋଲିସ ଉପରେ ବିଜେପି ସରକାରର ଚାପ ଆଇନଶୃଙ୍ଖଳା ବିଗାଡ଼ି ଦେଉଛି । ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦଭାବନା ବଜାୟର ରଖିବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ତ୍ତବ୍ୟ ହେଉ ବୋଲି କହିଛନ୍ତି । ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ ବୋଲି କହିଛନ୍ତି ।
