ଦର୍ପଣ କରିବ ଧନୀ, ଜାଣନ୍ତୁ କେମିତି?

ମଣିଷ ଜୀବନରେ ଅନେକ ସମସ୍ୟା ବାସ୍ତୁ ଦୋଷ କାରଣରୁ ଦେଖା ଯାଇଥାଏ ବୋଲି କୁହାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରୀରେ ଉଲ୍ଲେଖ କରାଯାଇଥିବା କେତେକ ପ୍ରତିକାର ଏବଂ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ବାସ୍ତୁ ଶାସ୍ତ୍ରରେ ଘରେ ଦର୍ପଣ ବ୍ୟବହାର କରି ଟଙ୍କା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇ ହେବ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି ଉପାୟ

-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ ଟଙ୍କା ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଘରର ଡାଇନିଂ ଟେବୁଲ ଆଗରେ ଏକ ଦର୍ପଣ ରଖନ୍ତୁ। ଦର୍ପଣଟିକୁ ଏପରି ରଖନ୍ତୁ ଯାହା ଦ୍ଵାରା ପୁରା ଡାଇନିଂ ଟେବୁଲ ଦେଖାଯିବ। ଏହା ଘରେ ଟଙ୍କା ସମ୍ବନ୍ଧୀୟ ସମସ୍ତ ସମସ୍ୟା ସମାଧାନ କରିବା ସହ ସୁଖ ଶାନ୍ତି ଆଣିଥାଏ ବୋଲି ବିଶ୍ୱାସ କରାଯାଏ।

-ବାସ୍ତୁବିତଙ୍କ ଅନୁଯାୟୀ, ଟଙ୍କା ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ଘରେ କାନ୍ଥର ଉତ୍ତର ଏବଂ ପୂର୍ବ ଦିଗରେ ଏକ ଦର୍ପଣ ରଖିବା ଉଚିତ୍।ଏହି ଦିଗରେ ଦର୍ପଣ ଲଗାଇବା ଦ୍ଵାରା ବ୍ୟବସାୟରେ ଦେଖାଯାଉଥିବା ଟଙ୍କା ଜନିତ ସମସ୍ୟା ଦୂର ହେବା ସହିତ ହଠାତ୍ ଟଙ୍କା ଲାଭ ମଧ୍ୟ ହୋଇପାରେ।

– ସେହିଭଳି ଶୋଇବା ଘରର କବାଟର ଠିକ୍ ସାମ୍ନାରେ ଦର୍ପଣ ଲଗାଇବା ଦ୍ଵାରା ଘରେ ଚାଲିଥିବା ଟଙ୍କା ସମ୍ବନ୍ଧୀୟ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗେ। ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ଅର୍ଥ ସମ୍ବନ୍ଧୀୟ ସମସ୍ୟା ଅଛି, ତେବେ ଆପଣ ଏହି ଦର୍ପଣ ପ୍ରତିକାରକୁ ଉପଯୋଗ କରିପାରିବେ।

– ସେହିଭଳି ଗୋଟିଏ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ, ଯାହାର ଛବି ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ପଡୁଥିବ। ଏହା ବ୍ୟୟ କମ୍‌ କରିବାରେ ସହାୟତା କରିବା ସହ ସଞ୍ଚିତ ଧନକୁ ବୃଦ୍ଧି କରିବ।

– ତେବେ ଦର୍ପଣ ଲଗାଇବା ବେଳେ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍। ଦର୍ପଣକୁ କେବେ ହେଲେ ମୁଖ୍ୟ ଫାଟକ ସମ୍ମୁଖରେ ରଖିବା ଉଚିତ୍ ନୁହେଁ। ଏହା ଆପଣଙ୍କ ଜୀବନରେ ଟଙ୍କା ସମ୍ବନ୍ଧୀୟ ସମସ୍ୟାକୁ ବଢ଼ାଇପାରେ। -ଏହା ବ୍ୟତୀତ ଘରେ କେବେବି ଦୁଇଟି ଦର୍ପଣକୁ ମୁହାଁମୁହିଁ ରଖିବା ଉଚିତ୍ ନୁହେଁ। ଏହା ପାରସ୍ପରିକ ବିବାଦ ଏବଂ କଳହ ବୃଦ୍ଧି କରାଇଥାଏ। ଶୋଇବା ଘର ଖଟ ସାମ୍ନାରେ କିମ୍ବା ଠିକ୍ ପଛରେ କେବେବି ଦର୍ପଣ ରଖନ୍ତୁ ନାହିଁ। ଏହା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି କରିବା ସହ ଅଲଗା ହେବାର କାରଣ ହୋଇପାରେ।

– ସେହିଭଳି ଯଦି ଆପଣଙ୍କ ବାଥରୁମ ମଧ୍ୟରେ ଦର୍ପଣ ରଖିଛନ୍ତି ତେବେ ଏହାକୁ ବାଥରୁମ ଘର କବାଟର ସାମ୍ନାରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।

Spread the love