ଦିନରେ ଏହି ସମୟରେ ଯାହା ମାଗିବେ ତାହା ମିଳିବ

କୁହାଯାଏ କି ଦିନର ସବୁ ସମୟରେ ମୁହଁରେ ଭଲ କଥା କହିବା ଦରକାର କାରଣ ଜଣା ନାହିଁ କେତେବେଳେ କେଉଁ କଥା ସତ ହେଇଯିବ। ପୁରାଣ ଶାସ୍ତ୍ର ଅନୁସାରେ ଦିନରେ ଏପରି ଏକ ସମୟ ନିଶ୍ଚୟ ଆସେ ଯେତେବେଳେ କି ଆମେ କହିଥିବା ଅଥବା ମୁହଁରେ ଧରିଥିବା କଥା ନିଶ୍ଚୟ ସତ ହେଇଯାଏ। ତେବେ ବିଦ୍ୟା ତଥା ବୁଦ୍ଧିର ସମାୟିତ ଦେବୀ ସରସ୍ୱତୀ ମନୁଷ୍ୟର ସମସ୍ତ ସମୟରେ ତାକୁ ଠିକ ବାଟରେ ନେଇଯିବାର ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ମାତା ସରସ୍ୱତୀ ପଦ୍ମ ଫୁଲ ଉପରେ ବିରାଜମାନ କରିଥାନ୍ତି।

ପଙ୍କ ଭିତରେ ଖେଳୁଥିବା ପଦ୍ମଫୁଲକୁ ପଙ୍କ ଛୁଇଁପାରେ ନାହିଁ ଆଉ ଠିକ ସେହିପରି ହି ମାତା ସରସ୍ୱତୀଙ୍କର ଆମକୁ ଏହି ସନ୍ଦେଶ ପହଞ୍ଚାଇବାର ମନ ଥାଏ କି ଆପଣ ଯେତେ ବି ଦୁଷିତ ବାତାବାରଣ ଭିତରେ ଥାଆନ୍ତି ନା କାହିଁକି ତାହା ଆପଣଙ୍କୁ କିଛି ବି ମାତ୍ରାରେ ପ୍ରଭାବିତ କରିପାରିବ ନାହିଁ ଯଦି ଆପଣ ତାହା ବାବଦରେ ନ ଭାବନ୍ତି ତ। ଆମେ ଆଜି ତାହା ବାବଦରେ ଅଧିକ ଚର୍ଚ୍ଚା କରିବା। ତେବେ ଚାଲନ୍ତୁ ଆଗକୁ ବଢ଼ିବା।

ମାତା ସରସ୍ୱତୀଙ୍କୁ ବିଦ୍ୟା ଆଉ ବୁଦ୍ଧିର ଦେବୀ କୁହାଯାଏ। ତାଙ୍କର କୃପା ଆମ କଥାର ସତ୍ୟତା ପ୍ରଭାବିତ କରିଥାଏ। ଦିନ ତମାମ ଅଥବା ୨୪ଘଣ୍ଟା ଭିତରେ ଏପରି ଏକ ସମୟ ନିଶ୍ଚୟ ଆସିଥାଏ ଯେତେବେଳେ କି ମନୁଷ୍ୟର ମୁଖ ବାଣୀ ସତ୍ୟ ହେଇଯାଏ। ତଥା ମନୁଷ୍ୟର ମୁଖରେ ମାତା ସରସ୍ୱତୀ ବାସ କରିଯାନ୍ତି। ଜଣା ଅଜଣାରେ କୁହା ଯାଇଥିବା କଥା ସତ ସାବ୍ୟସ୍ତ ହେଇପାରେ। ଏହା କିଛି କଳ୍ପନା ନୁହଁ ବରଂ ପ୍ରାମାଣିକ ସତ୍ୟ ଅଟେ। ସେଥିପାଇଁ କୁହାଯାଏ କି ସର୍ବଦା ନିଜ ମୁଖରେ ଭଲ ବାଣୀ ରଖନ୍ତୁ କାରଣ ଜଣା ନାହିଁ କେତେବେଳେ ମା ସରସ୍ଵତୀ ଆପଣଙ୍କ ମୁଖରେ ବସତି ସ୍ଥାପନ କରିବେ।ଶାସ୍ତ୍ର ଅନୁସାରେ ରାତି ୩.୦୫ ମିନିଟ ରୁ ଆରମ୍ଭ କରି ରାତି ୩.୧୦ ମିନିଟ ଯାଏ ସମୟ ବହୁତ ଭଲ ହେଉଥାଏ । ଏହି ସମୟରେ ଚାରି ଆଡ଼େ ମାହେନ୍ଦ୍ର ବେଳା ଥାଏ। ଏହି ସମୟରେ କୁହା ଯାଇଥିବା ବାକ୍ୟ ଆପଣଙ୍କର ସତ୍ୟ ହେଇପାରେ। ତେବେ ଆପଣ ମାସରେ ଥରେ ଏହି ସମୟରେ ମାତା ସରସ୍ୱତୀଙ୍କୁ ନିଜର ମନୋକାମନା ନିଶ୍ଚୟ କୁହନ୍ତୁ। ମାତା ଆପଣଙ୍କ କଥା ନିଶ୍ଚୟ ପୁରା କରିବେ।

ଆପଣ ବହୁତ ସମୟରେ ଏହା ନୋଟିସ କରିଥିବେ କି ଆପଣ କହିଥିବା ସମସ୍ତ କଥା ସତ ହେଇଯାଏ ଆଉ ତାହା ଆପଣଙ୍କ ନଜର ବାହାରେ ହି ଥାଏ। ତେବେ ଆପଣ ଏହା ମଧ୍ୟ ଭାବିଥିବେ କି ମାତା ସରସ୍ୱତୀ ଆପଣଙ୍କ ମୁଖ ବାଣୀ ଆପଣଙ୍କ ହାତରେ ପ୍ରକାଶ କରୁଛନ୍ତି। ତେଣୁ ଆପଣ ଯଥା ସମ୍ଭବ ନିଜର ମୁଖ ସର୍ବଦା ଭଲ କଥା ପ୍ରକାଶ କରନ୍ତୁ ଆଉ କାହାରି ବାବଦରେ ଖରାପ ଚିନ୍ତା କରନ୍ତୁ ନାହିଁ।

Spread the love