ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ । ନିବେଶ ପାଇଁ ରାଜ୍ୟସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଜି ଶିଳ୍ପ ନେତୃତ୍ବଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି ଏଓୟୁ ସ୍ବାକ୍ଷର ହେବ।
ତାଜ୍ ହୋଟେଲରେ IOCL, ISPRL ଓ ପେଟ୍ରୋନେଟ୍ LNG ସହ ରାଜ୍ୟ ସରକାର ଏମଓୟୁ ସ୍ବାକ୍ଷର କରିବେ। ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ୯ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୩ ନୂଆ ଆଇନ ଲାଗୁ ନେଇ ଆଲୋଚନା କରିବେ । ଦଳୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ ।
ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଚୟନ ଝୁଲି ରହିଛି । ନିଷ୍ପତ୍ତି ହୋଇ ପାରି ନାହିଁ। ଆଗକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମଧ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ବିଜେପିର ଦ୍ବିତୀୟ ସର୍ବମାନ୍ୟ ନେତା ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବାକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଅନ୍ୟପଟେ ୧୦ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପାଇଁ ଚଳିତ ସପ୍ତାହ ବହୁ ଗୁରୁତ୍ବପୂର୍ଣ୍ଣ ।