ଦୀପାବଳି ପୂର୍ବରୁ ଅନୁଗୁଳରେ ପୋଲିସର ଅପରେସନ ଅଗ୍ନି, ଜବତ ହେଲା ଦେଢ କୋଟି ଟଙ୍କାର ବାଣ
ଅନୁଗୁଳ : ଦୀପାବଳି ପୂର୍ବରୁ ଅନୁଗୁଳରେ ପୋଲିସର ଅପରେସନ ଅଗ୍ନି । ଜବତ ହେଲା ଦେଢ କୋଟି ଟଙ୍କାର ବାଣ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ ମାରି ବେଆଇନ ବାଣ କାରବାର କରୁଥିବା ୧୩ ଜଣଙ୍କୁ ଧରିଛି ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ଗୋଦାମରେ ରେଡ୍ ମାରିଥିଲା । ଏନେଇ ତାଳଚେର ଥାନାରେ ୬ଟି ମାମଲା , ଅନୁଗୁଳ ଥାନାରେ ୩ ଟି ମାମଲା , ଛେଣ୍ଡିପଦା ଥାନାରେ ୨ ଟି , ସଦର ଥାନାରେ ୨ ଟି , ବାଗଡ଼ିଆ ଓ ଏନଟିପିସି ଥାନାରେ ଗୋଟିଏ ଲେଖାଁ ମାମଲା ରୁଜୁ କରାଯାଇଛି । ସମସ୍ତ ସ୍ଥାନରୁ ମୋଟ ୫୭୧୦ କେଜି ବାଣ ଜବତ କରାଯାଇଛି । ବେଆଇନ ଗୋଦାମ ସବୁ ସିଲ୍ ସହ ଲାଇସେନ୍ସ ବାତିଲ ପାଇଁ ଚିଠି ଲେଖାଯାଇଥିବା କହିଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ ।
