ଦୁନିଆର ଦାମୀ ଅଙ୍ଗୁର, ଗୋଟିଏ କିଲୋ ଅଙ୍ଗୁର ପାଇଁ ଦେବାକୁ ପଡେ ଲକ୍ଷ ଲକ୍ଷ ଟଙ୍କା

ଦୁନିଆରେ ଏପରି ଅନେକ ଜିନିଷ ରହିଛି ଯାହାର ଦାମ ସମସ୍ତଙ୍କୁ ଚକିତ କରିଥାଏ। ଯେପରି ବିରିୟାନି ପ୍ଲେଟକୁ ୮୦ ହଜାର , ଦୁଇଟି ତରଭୁଜ ଦାମ୍ ଲକ୍ଷ ଲକ୍ଷ ଟଙ୍କା ପଡ଼ିବା କଥା ଶୁଣିଥିବେ। ତେବେ ଆଜି ଆମେ ଆପଣଙ୍କୁ ବିଶ୍ଵର ସବୁଠୁ ଦାମୀ ଅଙ୍ଗୁର ବିଷୟରେ କହିବୁ। ଜାପାନରେ ଏହି ଦୁର୍ଲଭ ପ୍ରଜାତିର ଅଙ୍ଗୁର ଫଳିଥାଏ। ଏହାକୁ ରୁବି ରୋମନ ଅଙ୍ଗୁର କୁହାଯାଏ। ଭାରତରେ ଏହି ଅଙ୍ଗୁରର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ଅଟେ। ଏହାର ଆକାର ଓ ସ୍ବାଦ ପାଇଁ ଏହି ଅଙ୍ଗୁର ଲକଜୁରୀ ଫ୍ରୁଟ୍ସରେ ସାମିଲ ହୋଇଛି। ଏହି ଅଙ୍ଗୁରଗୁଡ଼ିକ ପିଙ୍ଗ୍‌ ପଙ୍ଗ୍‌ ବଲ ପରି ଦେଖା ଯିବା ସହ ପ୍ରତ୍ୟେକ ଅଙ୍ଗୁର ଆକାରର ଓ ଗଠନ ସମାନ ହୋଇଥାଏ। ପ୍ରତ୍ୟେକ ଅଙ୍ଗୁର ଓଜନ ୨୦ ଗ୍ରାମର ଓ ଲମ୍ବ ୩ ସେମି ହୋଇଥାଏ। ପ୍ରତି ବର୍ଷ ଏହି ଆଙ୍ଗୁରର କେବଳ ୨୪୦୦ ପେନ୍ଥା ଫଳିଥାଏ। ଏହାକୁ ଜାପାନର ଇଶିକାଓ୍ବା ପ୍ରି ଫ୍ରକଚ୍ୟୁରାଲ ପ୍ରସ୍ତୁତ କରିଥିଲା। କିଛି ବର୍ଷ ପୂର୍ବେ ଜାପାନର ନିଲାମରେ ୨୪ଟି ଅଙ୍ଗୁରକୁ ୮ଲକ୍ଷ ୧୭ହଜାରରେ ଅର୍ଥାତ୍‌ ଗୋଟିଏ ଅଙ୍ଗୁରର ଦାମ୍‌ ୩୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏହି ଅଙ୍ଗୁର ପ୍ରଥମ କରି ୨୦୦୮ ମସିହାରେ ଏକ ନୂଆ ପ୍ରଜାତି ଭାବେ ବିକଶିତ ହୋଇଥିଲା। ଏହି ଅଙ୍ଗୁରର ଚାହିଦା ସବୁବେଳେ ରହିବା ସହ ଏହାର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାର ଦାମ୍ ମଧ୍ୟ ଏତେ ହାଇ ରହିଥିବାର କୁହାଯାଏ।

Spread the love