ଦୁର୍ଗାପୂଜାରେ “ଅଭୟା ଫାଉଣ୍ଡେସନ” ତରଫରୁ ଆୟୋଜନ ହେବ ଡାଣ୍ଡିଆ ନୃତ୍ୟ

ଭୁବନେଶ୍ଵର: ଏଥର ଝୁମିବ କଳିଙ୍ଗନଗର। ଶାରଦୀୟ ଦୁର୍ଗାପୂଜା ଅବସରରେ “ଅଭୟା ଫାଉଣ୍ଡେସନ” ପ୍ରଥମ ଥର  କଳିଙ୍ଗନଗର ଅଞ୍ଚଳରେ ନେଇ ଆସିଛନ୍ତି ଡାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ “ଡାଣ୍ଡିଆ ଡାନ୍ସ ଲିଲା-୨୦୨୨”। ଘାଟିକିଆ ସ୍ଥିତ ମହାବୀର ଫୁଟବଲ୍‌ ପଡିଆରେ ଏ ନେଇ ଏକ ବିରାଟ ଆୟୋଜନ କରାଯାଇଛି। ଆସନ୍ତା ୩୦ ଏବଂ ୧  ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ଆକର୍ଷଣୀୟ ଡିଜେ, ଲାଇଟ୍ ଏବଂ ସାଉଣ୍ଡ ସହ ଯୁବ ବର୍ଗମାନଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ପୁରସ୍କାର।

ସଂସ୍ଥା ତରଫରୁ ବେଷ୍ଟ ଡାନ୍ସ, ବେଷ୍ଟ କଷ୍ଟ୍ୟୁମ, ବେଷ୍ଟ କପଲ୍ ଆଦି ପୁରସ୍କାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିସହ ପ୍ରତ୍ୟେକ ଦିନ ମଞ୍ଚରେ ଦେଖିବାକୁ ମିଳିବ ନାମିଦାମୀ ଓଲିଉଡ କଳାକାରଙ୍କ ଜଲଓ୍ଵା। ଏଥିରେ ଭାଗ ନେବାପାଇଁ ପାସ୍‌ର ବ୍ୟବସ୍ଥା କରାଯାଇଛି । କପଲମାନେ ୪୯୯ ଏବଂ ସିଙ୍ଗଲ ମାନେ ୨୯୯ ଟଙ୍କାରେ ପାସ୍  ନେଇ ଡାଣ୍ଡିଆର ମଜା ନେଇ ପାରିବେ। ଏହାକୁ ନେଇ ଲୋକ ମାନେ ମଧ୍ୟ ଖୁବ୍ ଉତ୍ସାହିତ ରହିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁମାତ୍ରାରେ ଯୋଗ ଦେବାକୁ ସଂସ୍ଥା ତରଫରୁ ଅନୁରୋଧ କରାଯାଇଛି।

Spread the love