ଦୁର୍ଦାନ୍ତ ଅପରାଧୀ ବାବୁକୁ ଏନକାଉଣ୍ଟର କଲା ପୁଲିସ

କଟକ: କଟକରେ ଏନକାଉଣ୍ଟର । କମିଶନରେଟ୍ ପୋଲସର ସ୍ପେଶାଲ ସ୍କ୍ୱାଡ଼ ଅପରାଧୀ ଶେଖ ବାବୁକୁ ଏନକାଉଣ୍ଟର କରିଛି। ପୁଲିସ୍ ଗୁଳିରେ ବାବୁ ଆହତ ହୋଇଛି । ବାବୁର ବାମ ପଟ ଗୋଡ଼ରେ ଗୁଳି ବାଜିଛି । ବାବୁ ନାମରେ ବାଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ବାବୁ ନିକଟରୁ ଗୋଟିଏ ବନ୍ଧୁକ, ଗୁଳି ଓ ବାଇକ ଜବତ ହୋଇଛି। ପୁଲିସ ବାବୁକୁ ଧରିବାକୁ ଯାଇଥିବାବେଳେ ବାବୁ ପୁଲିସ ଉପରକୁ ଗୁଳି କରିଥିଲା। ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସର ପାଲଟା ଗୁଳିରେ ବାବୁ ଆହତ ହୋଇଛି। ତାକୁ କଟକ ବଡ଼ ମେଡିକାଲ ନିଆଯାଇଛି।

Spread the love