ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେବେଳେ କେଉଁ ନୀତି
ପୁରୀ : ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରି ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହ ବାହୁକଣ୍ଟ ଓ ତାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି । ଆଜି ମହାପ୍ରଭୁଙ୍କ ସେନାପଟା ନୀତି । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଆଜି ଦିନ ୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେଉଁ ସମୟରେ ଠାକୁରଙ୍କ କ’ଣ ସବୁ ନୀତି ଅନୁଷ୍ଠିତ ହେବ ।
ଦେବସ୍ନାନ ପୂର୍ଣ୍ଣିମା: କେତେବେଳେ କ’ଣ
୧- ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦
୨- ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ୫ ଟା ରୁ ୭ଟା
୩- ମଙ୍ଗଳଆଳତି- ସକାଳ ୯ ଟା
୪- ମଇଲମ- ୯ଟା ୧୫
୫- ତଡପ ଲାଗି- ୯ଟା ୨୫
୬- ଅଧର ପୋଛା – ୯ଟା ୪୫
୭- ଅବକାଶ- ୧୦ଟା ୨୦
୮- ରୋଷହୋମ – ୧୦ଟା ୨୦
୯- ସୂର୍ଯ୍ୟ ପୂଜା – ୧୦ଟା ୩୦
୧୦- ଦ୍ଵାରପାଳ ପୂଜା – ୧୦ଟା ୫୫
୧୧- ବେଶ ଶେଷ- ୧୧ଟା ୧୦
୧୨- ଜଳ ବିଜେ, ପୂଜା, ସ୍ନାନ – ଦିବା ୧୨ଟା ୨୦ ରୁ ୧ଟା ୪୫
୧୩- ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ – ୨ଟା ୫୦
୧୪- ଛେରା ପହଁରା – ୩ଟା ୩୦
୧୫- ହାତୀ ବେଶ – ୪ଟା ୩୦
୧୬- ମହନ୍ତଶାଢ଼ୀବନ୍ଧା- ୪ଟା ୩୦
୧୭- ଘଣ୍ଟଛତା ସକାଳ ଧୂପ – ୫ଟା ୪୫ ରୁ ୭ଟା ୨୦
୧୮- ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦
୧୯- ସାହାଣମେଲା – ୭ଟା ୩୦ ରୁ ୧୦ ଟା ୩୦
୨୦- ହାତୀବେଶ ମଇଲମ- ରାତ୍ର ୧୧ଟା
୨୧- ପୁଷ୍ପାଞ୍ଜଳୀ ଓ ଡୋରଲାଗି- ୧୧ଟା ୧୦
୨୨- ବାହୁଡା ପହଣ୍ଡି – ୧୧ଟା ୩୦ ରୁ ୨ ଟା
୨୩- ସୁନା ଚିତା ଓ ରାହୁ ରେଖା ମଇଲମ – ୨ଟା ୩୦
ଏହା ପରେ ଅତ୍ୟଧିକ ସ୍ନାନ କରିବା ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପଡିବା ସହ ଦଇତାପତି ସେବାୟତଙ୍କ ଦ୍ବାରା ଆରମ୍ଭ ହେବ ଗୁପ୍ତଚିକିତ୍ସା ନୀତି । ତେବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସମସ୍ତ ନୀତି କାନ୍ତି କିଭଳି ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ହୋଇ ପାରିବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି ।