ଦେଶର ୫୦୦ ସ୍ଥାନରେ ବୁଲି ‘ମେ ଭି ଚୌକିଦାର’ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ କରାଯାଉଥିବା ‘ମୋ ଭି ଚୌକିଦାର ହୁଁ’ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ ୩୧ ତାରିଖରୁ ଲୋକମାନଙ୍କ ସହ କଥା ହେବେ ବୋଲି ଜାଣିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦି ଦେଶର ୫୦୦ ସ୍ଥାନ ବୁଲି ଏହି ପ୍ରଚାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ‘ପ୍ରଚାର ହେଉଛି ଲୋକମାନଙ୍କ ଆନ୍ଦୋଳନ। ‘ମେ ଭି ଚୌକିଦାର’ ଏବେ ସୁଦ୍ଧା ୨୦ ଲକ୍ଷ ଥର ଟୁଇଟ୍‌ ହୋଇସାରିଲାଣି।’

ପୂର୍ବରୁ ରାଫେଲ୍‌ ଦୁର୍ନୀତି ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାର୍‌ ଚୋର୍‌ ହୈ’ କହି ଥଟା କରିଥିଲେ। ମୋଦି ଅତ୍ୟନ୍ତ ଚତୁରତାର ସହ ସେହି ଚୌକିଦାର ଶବ୍ଦ ବ୍ୟବହାର କରି ନିକଟରେ ଏକ ନିର୍ବାଚନ ଭିଡିଓ ପ୍ରସ୍ତୁତ କରିଛନ୍ତି।

Spread the love