ଦ୍ବିତୀୟ ଟେଷ୍ଟ ଡେ-୧ : ଭାରତର ପ୍ରଥମ ଇନିଂସ ୨୦୨ ଜବାବରେ ଦ.ଆଫ୍ରିକା ୩୫/୧

ଜୋହାନ୍ସବର୍ଗ ୦୩/୦୧ : ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଦକ୍ଷିଣ ଆଫ୍ରିକା ୧୮ ଓଭରରେ ୧ ଓ୍ବିକେଟ ହରାଇ ସଂଗ୍ରହ କରିଛି ୩୫ ରନ । ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୭ରନ କରି ଆଉଟ ହୋଇଥିବା ବେଳେ ଡିନ୍‌ ଏଲଗାର ୧୧ ଏବଂ କେଗାନ୍‌ ପିଟରସେନ୍‌ ୧୪ରନକରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମୀ ଏକମାତ୍ର ଓ୍ବିକେଟ୍‌ ନେବାରେ ସଫଳତା ହୋଇଛନ୍ତି ।

ପ୍ରଥମ ଇନିଂସରେ ୬୩.୧ ଓଭରରେ ୨୦୨ ରନରେ ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ । ଅଧିନାୟକ ଲୋକେସ୍‌ ରାହୁଲଙ୍କ ଅର୍ଦ୍ଧଶତକ ଏବଂ ଶେଷରେ ରବିଚନ୍ଦ୍ରନ ଅଶ୍ବିନଙ୍କ ଦର୍ଶନୀୟ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିପାରିଛି ଭାରତ । କିନ୍ତୁ ପୁଣି ଫେଲ ମାରିଛନ୍ତି ଭେଟେରାନ୍‌ ଚେତେଶ୍ବର ପୁଜାରା ଏବଂ ଅଜିଙ୍କ୍ୟ ରାହାଣେ ।

ଓପନର ଲୋକେସ୍ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଭଲ ଆରମ୍ଭ କରିଥିଲେ । ମୟଙ୍କ ଅଗ୍ରଓ୍ବାଲ ୨୬ ରନ କରି ପ୍ରଥମ ଶିକାର ହୋଇଥିଲେ । ପରେ ପୁଜାରା ୩ ରନ ଏବଂ ରାହାଣେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି । ଅଧିନାୟକ କେଏଲ ରାହୁଲ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ବେପରୁଆ ସଟ୍‌ ଖେଳି ଓ୍ବିକେଟ୍‌ ଫିଙ୍ଗିଛନ୍ତି । ସେ ବ୍ୟକ୍ତିଗତ ଭାବେ ୫୦ରନକରି ଆଉଟ ହୋଇଛନ୍ତି । ହନୁମା ବିହାରୀଙ୍କୁ ଦ୍ବିତୀୟ ମ୍ୟାଚରେ ସୁଯୋଗ ମିଳିଥିଲେ ସୁଦ୍ଧା ଫାଇଦା ଉଠାଇ ପାରିନାହାନ୍ତି । ସେ ବ୍ୟକ୍ତିଗତ ୨୦ରନ କରି ଆଉଟ ହୋଇଥିବା ବେଳେ, ପନ୍ତ ୧୭ରନ, ଅଶ୍ବିନ ୪୬ରନର ଦର୍ଶନୀୟ ଇନିଂସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଧୁଳ ଠାକୁର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ, ମହମ୍ମଦ ସାମୀ ୯ରନ, ମହମ୍ମଦ ସିରାଜ ୧ ରନ କରି ଆଉଟ ହୋଇଛନ୍ତି । ଯଶପ୍ରୀତ ବୁମରାହ ୧୪ରନକରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନ୍‌ସେନ୍‌ ଚମତ୍କାର ବୋଲିଂ କରି ୪ଟି ଓ୍ବିକେଟ ନେଇଛନ୍ତି । କାଗିସୋ ରାବାଡା ୧୭.୧ ଓଭରରେ ୬୪ରନଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଡ୍ବାନ୍‌ ଓଲିଭର ୧୭ ଓଭରରେ ୬୪ରନଦେଇ ୩ ଓ୍ବିକେଟ, ଲୁଙ୍ଗି ଏନ୍‌ଗିଡି ୧୧ ଓଭରରେ ୨୬ ରନ ଏବଂ କେଶବ ମହାରାଜ ୧ ଓଭରରେ ୬ରନ ଦେଇଛନ୍ତି ।

Spread the love