ଧନର ବର୍ଷା କରିବ ଏହି ଫୁଲ, ବାସ କରନ୍ତୁ ଏହି ଉପାୟ

 ଅପରାଜିତା ଅର୍ଥାତ ଯାହାର କେବେ ପରାଜୟ ହୋଇନଥାଏ। ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ। ଯାହା ମହାଦେବ ଙ୍କ ଅନ୍ୟ ନାମ ଅଟେ। ଏହା ସହିତ ଦେବୀ ଦୁର୍ଗା ଙ୍କ ଅନ୍ୟ ନାମ ମଧ୍ୟ ଅପରାଜିତା ଅଟେ। ତେଣୁ ଅପରାଜିତା ଫୁଲ ମହଦେବ ଓ ଦେବୀ ଶକ୍ତି ଙ୍କ ପ୍ରତୀକ ଅଟେ। ଏହି ଫୁଲ ଭାରତର ବିଭିନ୍ନ ସ୍ଥାନରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ଏହି ଫୁଲ କୁ ବର୍ଷର ବାର ମାସ ତଥା ଛଅ ଋତୁ ରେ ଦେଖିବାକୁ ମିଳିଥାଏ। ଅପରାଜିତା ଫୁଲ କେବଳ ପ୍ରଭୁ ମହାଦେବ ଓ ପାର୍ବତୀ ଙ୍କ ହିଁ ପ୍ରିୟ ନୁହେଁ। ଏହି ଫୁଲ ବଜରଙ୍ଗବଲୀ, ଶନିଦେବ, ମାତଲକ୍ଷ୍ମୀ ଓ ନାରାୟଣ ଙ୍କ ମଧ୍ୟ ପ୍ରିୟ ଫୁଲ ଅଟେ। ଏହି ସାମାନ୍ୟ ଓ ସୁନ୍ଦର ଦେଖା ଯାଉଥିବା ଫୁଲ ର ଅନେକ ଦିବ୍ୟ ତଥା ଚମତ୍କାରୀ ଗୁଣ ରହିଛି। ତେବେ ବନ୍ଧୁଗଣ ଆଜି ଆମେ ଏହି ଅପରାଜିତା ଫୁଲ କୁ ନେଇ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମତଃ, ଏହି ଅପରାଜିତା ଫୁଲ ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୋଷକୁ ଦୂର କରିଥାଏ। ଶନିବାର ଦିନ ଏହି ଫୁଲର ଏକ ମାଳା ତିଆରି କରି ରାତ୍ରି ସମୟରେ ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ଭୁତପ୍ରେତ ଙ୍କ ଭୟ ଦୂର ହୋଇଥାଏ। ଏହି ଫୁଲର ମାଳା ଙ୍କୁ ପ୍ରଭୁ ବଜରଙ୍ଗବଲୀ ଙ୍କୁ ସମର୍ପଣ କରି ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ର ପ୍ରଭାବ ମଧ୍ୟ ଦୂର ହୋଇଥାଏ।

ଏହା ସହିତ ଏହି ଅପରାଜିତା ଫୁଲ ର ମାଳା କୁ ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ଘର ମଧ୍ୟରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ।ଏହା ସହିତ ଆପଣଙ୍କ ଜୀବନରେ ଥିବା ଧନର ସମସ୍ତ ପ୍ରକାର ସମସ୍ୟା କୁ ଦୂର କରିଥାଏ।

୨. ବନ୍ଧୁଗଣ ଦ୍ବିତୀୟତଃ, ଶନିବାର ଅଥବା ସୋମବାର ଦିନ ରାତ୍ରି ସମୟରେ ୫ଟି ଅପରାଜିତା ଫୁଲ କୁ ତୋଳି ଆଣି ନଦୀ କିମ୍ବା କୌଣସି ଅନ୍ୟ ଜଳ ସ୍ରୋତରେ ଭସାଇ ଦିଅନ୍ତୁ। କିନ୍ତୁ ଧ୍ୟାନ ରଖିବେ ଯେ ଏହି ଉପାୟ କରିବା ସମୟରେ ଯେପରି ଅନ୍ୟ କେହି ନ ଜାଣି ପାରନ୍ତି। ଏହି ଉପାୟ ପ୍ରୟୋଗ କରିବା ସମ୍ବନ୍ଧରେ ଆପଣ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ କହିବେ ନାହିଁ। ଏହି ଉପାୟ କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣ କରଜ ରୁ ମଧ୍ୟ ମୁକ୍ତି ପାଇ ଥାଆନ୍ତି। ଏହା ସହିତ ଆପଣଙ୍କୁ ଜୀବନ ରେ ନୂତନ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିବ। ଏହି ଉପାୟକୁ ଆପଣ ନିୟମିତ ଭାବରେ ୫ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ନିଜ ମନ ପସନ୍ଦ ର ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଦେବୀ ଦୁର୍ଗା ଅଥବା ମାତା ପାର୍ବତୀ ଙ୍କୁ ପ୍ରତିଦିନ ୧୧ ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ।ଯଦି ପ୍ରତିଦିନ ସମ୍ଭବପର ହୋଇପାରୁ ନାହିଁ ତେବେ ନବରାତ୍ରି ର ନଅ ଦିନ ଅଥବା ୨୧ ଟି ମଙ୍ଗଳବାର ଏହି ଉପାୟ କୁ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇନାହିଁ। ଏପରି କରିବା ଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ନିଜର ମନ ପସନ୍ଦ ର ଚାକିରୀ ମିଳିବ ଏବଂ ସମସ୍ତ ମନୋକାମନା ପୁରଣ ହେବ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ଶନିବାର ଦିନ ପ୍ରଭୁ ହନୁମାନ ଙ୍କ ପାଖରେ କିଛି ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏବଂ ସେହି ଫୁଲ ଗୁଡ଼ିକ ମଧ୍ୟରୁ ଗୋଟିଏ ଫୁଲ କୁ ନିଜର ପର୍ସ ରେ ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ମନୋକାମନା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ନିଜ ଇଚ୍ଛାନୁସାରେ ଚାକିରୀ ମଧ୍ୟ ମିଳିବ। ଏହି ଉପାୟଟି କୁ ନିୟମିତ ଭାବରେ କରନ୍ତୁ।ଏହାର ସୁଫଳ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

Spread the love