ନଦୀକୁ କଙ୍କଡ଼ା ଧରିବାକୁ ଯାଇ ମାଆପୁଅ ନିଖୋଜ
ରାଜନଗର: ନଦୀକୁ କଙ୍କଡ଼ା ଧରିବାକୁ ଯାଇ ମାଆପୁଅ ନିଖୋଜ । ୫ ଦିନ ତଳେ ଭିତରକନିକା ନଦୀକୁ କଙ୍କଡା ଧରିବାକୁ ଯାଇଥିଲେ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା । ଭିତରକନିକା ଜଙ୍ଗଲର ୧୦ କିଲୋମିଟର ଭିତରକୁ ଯାଇ ମାଆପୁଅ ଯାଇ ଆଉ ଫେରିନଥିଲେ । ଘଟଣାସ୍ଥଳରେ ଖୋଜା ଖୋଜି ଜାରି ରଖିଛନ୍ତି ବନ ବିଭାଗର ୧୦ଟି ଟିମ୍ । ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା । ଗାଁ ଲୋକଙ୍କ ସହିତ ସାମିଲ ଅଛନ୍ତି ପରିବାର । କୁମ୍ଭୀର ଟାଣି ନେଇଥିବା ସନ୍ଦେହ ।
