ନନ୍ଦିଗ୍ରାମରୁ ଶୁଭେନ୍ଦୁଙ୍କଠୁ ପରାଜୟ ସ୍ବୀକାର କରିବେ ମମତା ବାନାର୍ଜୀ !

ପଶ୍ଚିମବଙ୍ଗ, ୩୦/୪: ପଶ୍ଚିମବଙ୍ଗରେ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ଦିଦିଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ସର୍ଭେ ସରକାର ପରିବର୍ତ୍ତନର ଇସାରା କରୁଛି। ବେଙ୍ଗଲରେ ଟିଏମସି ପୁଣି ପାଓ୍ବାରକୁ ଫେରିବ ନାଁ ପରିବର୍ତ୍ତନ ହେବ ସେନେଇ ମେ’ ୨ରେ ଫଳାଫଳ ଆସିବା ପରେ ଜଣାପଡ଼ିବ।

ବିଭିନ୍ନ କାରଣ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ଚର୍ଚ୍ଚାରେ ଥିଲା। ଏହା ମଧ୍ୟରୁ ନନ୍ଦିଗ୍ରାମ ବିଧାନସଭା ଆସନ ସମସ୍ତଙ୍କ ନଜରରେ ଥିଲା। କାରଣ ଏଠାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିଥିବା ବେଳେ ଟିଏମସିରୁ ବିଜେପିକୁ ଆସିଥିବା ଏବଂ ଦିନେ ଦିଦିଙ୍କ ବିଶ୍ବସ୍ତ ଥିବା ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ତେବେ ଇଣ୍ଡିଆ ଟିଭି ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ କହୁଛି କେବଳ ଯେ ବେଙ୍ଗଲରେ ବିଜେପି ସରକାର କରିବ ତାହା ନୁହେଁ ବରଂ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରିବେ ବୋଲି ଦାବି ମଧ୍ୟ କରିଛି ।

କେବେ ମମତାଙ୍କ ଡାହାଣ ହାତ ଥିବା ଶୁଭେନ୍ଦୁ ଅଧିକାରୀ ଗତବର୍ଷ ଡିସେମ୍ବର ମାସରେ ବିଜେପିରେ ସାମିଲ ହୋଇଥିଲେ। ପରେ ସେ ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏହା ସହ ବିଜେପି ମଧ୍ୟ ସେହି ଆସନରୁ ଶୁଭେନ୍ଦୁଙ୍କୁ ପ୍ରାର୍ଥୀ କରିଥିଲା। ମମତା ବାନାର୍ଜୀ ମଧ୍ୟ ଭବାନୀପୁର ସିଟ୍‌ ଛାଡ଼ି ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ଲଢ଼ିଛନ୍ତି ମଧ୍ୟ। ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବେ । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଦାବି ଏବଂ ଏହି ଏକ୍‌ଜିଟ୍‌ ପୋଲ୍‌ ସତ ହେବ କି ନାହଁ ତାହା ମେ’ ୨ରେ ଫଳାଫଳ ଆସିବା ପରେ ଜଣାପଡ଼ିବ। ଇଣ୍ଡିଆ ଟିଭି-ପିପୁଲ୍ସ ପ୍ଲସ୍‌ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପିକୁ ୧୭୩-୧୯୨ ସିଟ୍‌ ମିଳିବ ବୋଲି କୁହାଯାଇଛି। ଟିଏମସିକୁ ୬୬-୮୮ ସିଟ୍‌ ମିଳିବାକୁ ଥିବା ବେଳେ କଂଗ୍ରେସକୁ କେବ ୭-୧୨ ସିଟ୍‌ ମିଳିପାରେ।

Spread the love