ନବମ ଶ୍ରେଣୀ ଛାତ୍ରୀ ଜନ୍ମଦେଲା ପୁତ୍ର ସନ୍ତାନ

ଡେଲାଙ୍ଗ: ଡେଲାଙ୍ଗ ଥାନାର ଘୋରଡିଆ ଅଞ୍ଚଳରେ ଜନୈକା ୯ମ ଶ୍ରେଣୀ ଛାତ୍ରୀ ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ଆଲୋଡନ ସୃଷ୍ଟି କରିଛି। ସରକାର ଶିଶୁମାନଙ୍କ ପ୍ରତି ଯତ୍ନ ବାନ ହୋଇ ଶିଶୁ ମାନଙ୍କ ସୁରକ୍ଷା ଓ ସଚେତନତା ପାଇଁ ଅନେକ କାର୍ଯ୍ୟକରୁଛନ୍ତି। ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ସଚେତନ କରିବା ଦିଗରେ ଫେଲ ମାରୁଛି ଯୋଜନା ଓ ଶିଶୁ ସୁରକ୍ଷା ସଚେତନତା। ଏହାର ଏକ ନମୁନା ଦେଖିବାକୁ ମିଳିଛି ଡେଲାଙ୍ଗ ବ୍ଲକରେ। ସଚେତନତା ଅଭାବରୁ ନବମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ ଉକ୍ତ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇ ଅନୈତିକ ସମ୍ପର୍କ ରଖି ପ୍ରିୟା (ଛଦ୍ମନାମ)କୁ ଗର୍ଭବତି କରିଥିବା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଡେଲାଙ୍ଗ ପୁଲିସ ପୀଡ଼ିତାଙ୍କ ବାସଭବନରେ ପହଞ୍ଚିଥିଲା। ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ ପ୍ରତିଶୃତି ଦେଇଥିବା ପୁଲିସ ନିକଟରେ କହିଥିଲେ। ପୁଲିସ ଘଟଣାର ସମ୍ପର୍କରେ ଅବଗତ ହେବା ପରେ ଏନେଇ ୨୮୨/୨୧ରେ ଏକ ମାମଲା ରୁଜୁ କରିଛି। ଆଜି ପୁଲିସ ଛାତ୍ରୀର ବୟାନ ରେକଡ କରିବାରେ ଛାତ୍ରୀ ଜଣକ ଅନ୍ୟ ଏକ ବ୍ୟକ୍ତିର ନାମ କହିଛି। ଛାତ୍ରୀର ବୟାନ ପରିବର୍ତ୍ତନ ପୁଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଯୁବକର ପରିବାର ଲୋକେ ତାଙ୍କ ପୁଅ ନିର୍ଦ୍ଦୋଶ ବୋଲି କହୁଛନ୍ତି। ସଠିକ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ହେଲେ ପୁଲିସକୁ ଅଭିଯୁକ୍ତର ଡିଏନଏ ଟେଷ୍ଟ କରିବାକୁ ପଡିବ। ଡିଏନଏ ରିପୋର୍ଟ ଆସିଲା ପରେ ପ୍ରକୃତ ଦୋଶୀ ଧରାପଡିବ ବୋଲି ଅଟକ ଯୁବକର ପରିବାର ଲୋକେ ଦାବି କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପ୍ରକୃତ ଦୋଶୀକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଡେଲାଙ୍ଗ ଥାନା ଆଇଆଇସି ଅନୀଲ କୁମାର ମହାନ୍ତି କହିଛନ୍ତି।

Spread the love