ନଳା ପାଣି ବିବାଦକୁ ନେଇ ଗୁଳିକାଣ୍ଡ, ୨ ମୃତ
ଗ୍ରେଟର ନୋଏଡା : ଗ୍ରେଟର ନୋଏଡାର ସୈଥଲୀ ଗାଁରେ ନଳା ପାଣିକୁ ନେଇ ବିବାଦ । ଏହି ବିବାଦ ବୁଝାମଣା ପାଇଁ ପଂଚାୟତ ଡକାଯାଇଥିଲା । କିନ୍ତୁ ଏଠାରେ ଗୁଳିକାଣ୍ଡ ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଗୁରୁତର ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ମୃତକଙ୍କ ପରିଚୟ ମିଳିଛି । ଗୁଳିକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ଧରିବା ପାଇଁ ୪ଟିମ୍ ଗଠନ କରାଯାଇଛି । କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
ପୋଲିସ କହିବା ମୁତାବକ, ନଳାରେ ପାଣି ଯିବାକୁ ବିବାଦ ଲାଗିଥିଲା । ଏହି ବିବାଦକୁ ନେଇ ବୁଝାମଣା କରିବା ପାଇଁ ଦୁଇ ପକ୍ଷରୁ ପଂଚାୟତ ଡକାଯାଇଥିଲା । କିନ୍ତୁ ପଂଚାୟତ ଚାଲିଥିବା ସମୟରେ ବିବାଦ ବଢିଯାଇଥିଲା । ଆଉ ପଂଚାୟତ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିଲା । ଫଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ମ୍ତକଙ୍କୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
