ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ।

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ )ଛେଣ୍ଡିପଦା ଅଞ୍ଚଳର ଜନୈକ ଯୁବକ ନିଜ ଗ୍ରାମର ଜନୈକା ନାବାଳିକାକୁ  ଦୁଷ୍କର୍ମ କରିଥିବା ଅଭିଯୋଗ ରେ ବୁଧବାର ଦିନ ମାନ୍ୟବର ସ୍ୱତନ୍ତ୍ର ତ୍ୱରିତ ନ୍ୟାୟାଧୀଶ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ ଯେ ଗତ ମେ ମାସ ୨୦୧୭ ମସିହାରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ଟାଙ୍ଗିରି ଗ୍ରାମର ଅକ୍ରମ ପ୍ରଧାନଙ୍କ ପୁଅ ଚନ୍ଦନ ପ୍ରଧାନ (୨୮) ଜନୈକା ନାବାଳିକାକୁ ଘରେ କେହି ନଥିବାର ସୁଯୋଗ ପାଇ ତାକୁ ଯୋରଜବରଦସ୍ତ   ଦୁଷ୍କର୍ମ   କରିଥିଲା । ଫଳରେ ସମ୍ପୃକ୍ତା ନାବାଳିକା କାନ୍ଦିବାରୁ ଧରାପଡିଯିବା ଭୟରେ ସେତେବେଳେ ଚନ୍ଦନ ତାକୁ ବିବାହର ପ୍ରତିଶ୍ରୁତି ଦେଇ ସେଠାରୁ ପଳାଇଥିଲା । ତା ପରେ ଦୁଇ ଦିନ ପରେ ପୁଣି ଥରେ ଚନ୍ଦନ ସମ୍ପୃକ୍ତା ନାବାଳିକାକୁ ଡାକି ନେଇ ଗାଁ ପାଖ ଏକ ନାଳ ପାଖରେ ପୁଣି ତାକୁ  ଦୁଷ୍କର୍ମ  କରି ସାରିବା ପରେ ଚନ୍ଦନ ନାବାଳିକାକୁ ସେଠାରୁ ଗାଁ ପାଖ ମନ୍ଦିରକୁ ନେଇ ତା ମୁଣ୍ଡରେ ସିନ୍ଦୁର ଓ ହାତରେ ଚୁଡି ଲଗାଇ ଦେଇଥିଲା । ଏହା ଭିତରେ ସମ୍ପୃକ୍ତା ନାବାଳିକା , ୪ ମାସର ଗର୍ଭଧାରଣ କରିସାରିଥିଲା  । ଏ ସମ୍ପର୍କରେ ଚନ୍ଦନର ପରିବାର ଲୋକେ ଜାଣିବା ପରେ ଚନ୍ଦନ ତାର ବାପା ଅକ୍ରମ ଏବଂ ମା ଅମୃତି ମିଶି ଜୋରଜବରଦସ୍ତ ନାବାଳିକାକୁ ନିଜ ସାଥିରେ ନେଇ ଛେଣ୍ଡିପଦାର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାର ଗର୍ଭପାତ କରାଇଥିଲେ । ନାବାଳିକା ଏ ସମ୍ପର୍କରେ ନିଜ ବାପା ଓ ମା କୁ ଜଣାଇବା ପରେ ଗାଁରେ ଏକ ବୈଠକ ବସିଥିଲା । କିନ୍ତୁ ଉକ୍ତ ବୈଠକରେ ଚନ୍ଦନ ଓ ତାର ପରିବାର ନାବାଳିକାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା । ଫଳରେ ନାବାଳିକାର ମା ଲାବଣ୍ୟ ସାହୁ ଗତ ୯/୧୧/୨୦୧୨ ରେ ଛେଣ୍ଡିପଦାରେ  ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି କେସ ନଂ ୧୮୦/୯/୧୧/୧୨ ଦଫା ୩୭୬,୩୧୨,୫୦୬,୧୦୯ ଆଇପିସିରେ କେସ୍ କରି ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ମାତ୍ର ବୁଧବାର ଦିନ ମାନ୍ୟବର ସ୍ୱତନ୍ତ୍ର ତ୍ୱରିତ ନ୍ୟାୟାଧୀଶ ଶ୍ରୀମତୀ ପ୍ରଣତି ପଟ୍ଟନାୟକ ଏହି କେସ୍ର ଶୁଣାଣୀ କରି ଅଭିଯୁକ୍ତ ଚନ୍ଦନକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଏବଂ ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି ପ୍ରଦୀପ ଭୂତିଆ କେସ୍ ପରିଚାଳନା କରୁଥିଲେ ।

Spread the love