ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ଜଣ ଅଟକ

ଯାଜପୁର: ଯାଜପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ ।  ଗତକାଲି ହକି ଷ୍ଟାଡିୟମର କ୍ରୀଡ଼ା କୋଚ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଦ୍ଵାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା ।  ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।  ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା ।  ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିଯମରେ ପ୍ରଶିକ୍ଷଣ ନେଉଥିଲେ ।  ଅଭିଯୋଗକୁ ଭିତ୍ତି କରି ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଅନ୍ୟପଟେ ପୋକ୍ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି ।  ଏହି ଗଣଦୁଷ୍କର୍ମ ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଵିଧାୟିକା ।  ଗତ ୩ ତାରିଖରୁ ଏହି ଘଟଣା ଘଟିଥିବା ବେଳେ କର୍ତ୍ତୃପକ୍ଷଙ୍କୁ ପୀଡ଼ିତାଙ୍କ ମା ଅବଗତ କରାଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ସେ ପ୍ରଶ୍ନ କରିଛନ୍ତି ।

Spread the love