ନିଆଁ ପୁଉଁଥିଲା ମାଆ, ଚୁଲିକୁ ଖସିପଡ଼ିଲା ଦୁଇ ମାସର ଶିଶୁ

ବାଲେଶ୍ବର : ନିଆଁ ପୁଉଁଥିବାବେଳେ ମାଆ କୋଳରୁ ଖସିପଡ଼ିଲା ଦୁଇ ମାସର ଶିଶୁ । ନିଆଁ ଝୁଲରେ ପଡ଼ି ଶିଶୁ ପୁତ୍ର ଗୁରୁତର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା । ଗୁରୁତର ଶିଶୁକୁ ପ୍ରଥମେ ଜଳେଶ୍ବର ହସପିଟାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ପ୍ରବଳ ଶୀତ ଦାଉ ରୁ ରକ୍ଷା ପାଇବା ପାଇଁ ତାରନ ହେମ୍ବ୍ରମଙ୍କ ପରିବାର ସଦସ୍ଯ ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ପାଖରେ ବସିଥିଲେ । ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି ଚୁଲି ପାଖରେ ବସିଥିବା ସମୟରେ ମାଆର ଅସାବଧାନତା ବଶତଃ ପିଲାଟି ଚୁଲିରେ ପଡି ଯାଇଥିଲା । ତୁରନ୍ତ ଚୁଲି ଭିତରୁ ପିଲାକୁ ପରିବାର ଲୋକେ ଉଦ୍ଧାର କରିଥିଲେ । ଶିଶୁ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଛି ।

Spread the love