ନିଶାଙ୍କ ପାଇଁ ଷ୍ଟେଜ ପାଲଟିଲା ରଣକ୍ଷେତ୍ର, ଉଡ଼ିଲା ଚେୟାର

ବ୍ରହ୍ମପୁର : ନିଶା ମହାରଣାଙ୍କ ପାଇଁ ଷ୍ଟେଜ ପାଲଟିଲା ରଣକ୍ଷେତ୍ର।  ଷ୍ଟେଜକୁ ଚେୟାର ଫୋପାଡ଼ିଲେ ।  ଯାତ୍ରା କମିଟି ସଦସ୍ୟଙ୍କ ଧସ୍ତାଧସ୍ତି କଲେ ଦର୍ଶକ। ବ୍ରହ୍ମପୁର ଆଙ୍କୁଶପୁର ନିକଟରେ ଥିବା ବୁଢୀଘର ନିକଟରେ ଗୌରୀ ଗଣନାଟ୍ଯ ପଡ଼ିଥିବା ବେଳେ ଏଭଳି ଘଟଣା ଘଟିଛି ।  ଗତ ଚାରି ତିନି ଦିନ ଧରି ସ୍ଥାନୀୟ ଯାତ୍ରା କମିଟି ପକ୍ଷରୁ ଗୌରୀ ଗଣନାଟ୍ୟ ଅପେରା ଚାଲିଥିଲା ।

ସୋମବାର ରାତିରେ ନିଶା ମହାରଣା ଯାତ୍ରାକୁ ଆସିବେ ବୋଲି ଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଥିଲା।  କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିନଥିଲେ ନିଶା ମହାରଣା ।  ଫଳରେ ସମୟ ଗଡ଼ିବା ପରେ ଦର୍ଶକ ଉତ୍ତ୍ଯକ୍ତ ହୋଇଯାଇଥିଲେ ।

ନିଶା ମହାରଣାକୁ ଷ୍ଟେଜକୁ ନଆସିବାରୁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଥିଲେ ।  ପରେ ଯାତ୍ରା କମିଟି ଓ ଅପେରାର କର୍ମକର୍ତ୍ତାଙ୍କ ସହ ଗଣ୍ଡଗୋଳ କରିଥିଲେ ।  ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପରେ ଅପେରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଥିଲା ।

Spread the love