ନୂଆପଡ଼ା ଉପ ନିର୍ବାଚନ, ମନୋଜ ମିଶ୍ର ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ୱର :  ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ ।  ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ । ସମସ୍ତ ନେତାଙ୍କଠାରୁ ଫିଡବ୍ୟାକ୍ ଗ୍ରହଣ କରିବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ନୂଆପଡ଼ା  ପାଇଁ ଦଳ ଆଦିବାସୀ ଚେହେରା ଓ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦେଇପାରେ ।

ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଗତକାଲିଠୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।  ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।  ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା  । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ ।

ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ହେବ ।  ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ୮ଟି ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିବା ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି ।  ନିର୍ବାଚନ ପରିଚାଳନା ପାଇଁ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍ ଫୋର୍ସ ମୁତୟନ ହେବେ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Spread the love