ନୂଆପ୍ରୟାସ ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ

ସିଙ୍ଗାଖୁଣ୍ଟା ପଂଚାୟତ ନୂଆପ୍ରୟାସ ସଂଗଠନ ପକ୍ଷରୁ ମାର୍କେଟ, ମନ୍ଦିର ପରିସର ଏବଂ ରାସ୍ତା ଘାଟ ରେ ଅଳିଆ ଆବର୍ଜନା ସଫା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ସୋର ଭାରପ୍ରାପ୍ତ ଥାନା ଅଧିକାରିଣୀ ମଧୁମିତା ମହାନ୍ତି ଯୋଗ ଦେଇ ପରିବେଶ ସୁରକ୍ଷା ଏବଂ ସୁସ୍ତ ରହିବା ସାଙ୍ଗକୁ ପରିବେଶ ସ୍ୱଚ୍ଛ ରହିଲେ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ପରାମର୍ଶ ଦେଇଥିଲେ |ପରେ ଆଇଆଇସି ନିଜେ ଝାଡୁ କୁଦାଲ ଧରି ସଫା କରି ଏକ ସ୍ୱଚ୍ଛ ତାର ପରିବେଶ ସୃଷ୍ଟି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି | ଏହିଭଳି କାମ ପାଇଁ ଆଇଆଇସି ଙ୍କୁ ସମସ୍ତେ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ |ନୂଆପ୍ରୟାସ ସଂଗଠନ ର ସଭାପତି ଜ୍ୟୋତିରଞ୍ଜନ ଜେନା ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ମୁରଲୀଧର ପାଢ଼ୀ ଧନ୍ୟବାଦ ଜଣାଇଥିଲେ |ଏହି କାର୍ଯ୍ୟକ୍ରମ ରେ ସମସ୍ତ କର୍ମକର୍ତା , ଛାତ୍ରଛାତ୍ରୀ,ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ |

Spread the love