ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ, ତିଆରି ହେବ ଓଡିଶା ମଣ୍ଡପ
ଭୁବନେଶ୍ୱର : ନୂଆ ରୂପ ପାଇବ ବିଧାନସଭା ଏବଂ ଲୋକସେବା ଭବନ । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଏନେଇ ଚନ୍ଦ୍ରଶେଖର ପୁରରେ ଜାଗା ଚି଼ହ୍ନଟ ହୋଇଛି । ଏହା ସହ ମଲ୍ଟି କନଭେନସନ ସେଣ୍ଟର ହେବ । ଲୋକଙ୍କ ରହଣି ସହ ୧୦ ହଜାର ଲୋକ ବସିବାର ସୁବିଧା ରହିବ । ସେହିପରି ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲଡିଂ ତିଆରି ହେବ । ସମୟ ସୀମା ଭିତରେ ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ନୂଆ ଟେକନୋଲୋଜି ଜରିଆରେ କେମିତି କମ ଖର୍ଚ୍ଚରେ ତିଆରି ହେବ ସେନେଇ IBC ସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିଅରଙ୍କୁ ଏ ନେଇ ଟ୍ରେନିଂ ଦିଆଯିବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।