ପଡ଼ିଆ ଜମି ଦେଖାଇ ୭୦ ଲକ୍ଷ ଠକେଇ ମାମଲାରେ ୪ ଗିରଫ

ଭୁବନେଶ୍ୱର : ସବ ରେଜିଷ୍ଟ୍ରାର ଅଫିସରେ ଜମି ଜାଲିଆତି ।  ପଡ଼ିଆ ଜମି ଦେଖାଇ ୭୦ଲକ୍ଷ ଠକେଇ ।  ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ ।  ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ସବ୍ ରେଜିଷ୍ଟ୍ରାର ଅଫିସ ଦଲାଲ ସମେତ ଜଣେ ଷ୍ଟାମ୍ପ ଭେଣ୍ଡର ।  ଜଣେ ପୂର୍ବତନ ହୋମଗାର୍ଡଙ୍କ ସମେତ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ସବ ରେଜିଷ୍ଟ୍ରାର ଅଫିସ ଦଲାଲ ମହେନ୍ଦ୍ର ପଟ୍ଟନାୟକ, ଷ୍ଟାମ୍ପ ଭେଣ୍ଡର ଭାଗୀରଥି ସାହୁ, ପୂର୍ବତନ ହୋମଗାର୍ଡ ନିରଞ୍ଜନ ଶତପଥୀ ଓ ତାଙ୍କ ପତ୍ନୀ ରିନାରାଣୀ ଶତପଥୀ ।  ଅନ୍ୟର ଜମିକୁ ଫର୍ଜି ମାଲିକାନା ଦର୍ଶାଇ ଓ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବିକ୍ରି କରିଥିଲେ ।  ଲକ୍ଷାଧିକ ଟଙ୍କା ଦେଇ ଜମି କିଣିଥିବା ମାଲିକ ସନ୍ଦେହ ହେବାରୁ ସବ-ରେଜିଷ୍ଟ୍ରାର ଅଫିସରେ ଏହାର ଯାଞ୍ଚ କରିଥିଲେ ।

ଯାଞ୍ଚ ବେଳେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ।  ଅଭିଯୋଗ ପରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି ।  ତେବେ ମାମଲାରେ ସାମିଲ ଥିବା ଜଣେ ଲେଡି ମାଷ୍ଟରମାଇଣ୍ଡକୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

Spread the love