ପନୀର ଟିକ୍କା
ଆବଶ୍ୟକ ସାମଗ୍ରୀ
- ୨୫୦ ଗ୍ରାମ୍ ପନୀର
- ୧ ସିମଲା ଲଙ୍କା
- ୧ ପିଆଜ
- ୧/୨ ଗିନା ଦହି
- ୧ ଚାମଚ ଅଦା-ରସୁଣ ପେଷ୍ଟ
- ୧ ଚାମଚ ଗରମ ମସଲା
- ୧/୪ ଚାମଚ ହଳଦି ପାଉଡର
- ଲୁଣ ସ୍ୱାଦାନୁସାରେ
- ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ପନୀର ଟିକ୍କା ବନାଇବା ପାଇଁ ସର୍ବପ୍ରଥମେ ଏହାର ମସଲା ପ୍ରସ୍ତୁତ କରନ୍ତୁ।
- ଏବେ ଗୋଟେ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ, ହଳଦି ପାଉଡର, ଲାଲ ଲଙ୍କା ପାଉଡର ଏବଂ ଗରମ ମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଏବେ ପନୀର, ସିମଲା ଲଙ୍କା ଏବଂ ପିଆଜକୁ ଛୋଟ ସାଇଜରେ କାଟି ଦିଅନ୍ତୁ। ଏହି କ୍ୟୁବ୍ସକୁ ଦହି ମିଶ୍ରଣରେ ପକାଇ ମ୍ୟାରିନେଟ କରନ୍ତୁ ଏବଂ ଅଧ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।
- ଏହାପରେ ମିଡିୟମ୍ ଆଞ୍ଚରେ ପ୍ୟାନରେ ତେଲ ପକାଇ ଗରମ ହେବା ପାଇଁ ରଖନ୍ତୁ।
- ପନୀର କ୍ୟୁବ୍ସକୁ ଟୁଥପିକ କିମ୍ବା ଷ୍ଟିକ୍ସରେ ଲଗାଇ ପ୍ୟାନରେ ରଖି ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ଷ୍ଟିକ୍ସକୁ ଓଲାଟାଇ ପନୀରକୁ ଭଲଭାବେ ହେବାକୁ ଦିଅନ୍ତୁ।
- ପନୀର ଯେତେବେଳେ ଗୋଲଡେନ୍ ବ୍ରାଉନ ହୋଇଯିବ ସେତେବେଳେ ପନୀର ଟିକ୍କାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପନୀର ଟିକ୍କା। ଏହାକୁ ଗ୍ରୀନ୍ ଚଟଣୀ ସହିତ ସର୍ଭ କରନ୍ତୁ।