ପଶ୍ଚିମବଙ୍ଗ ଏକ୍‌ଜିଟ୍‌ ପୋଲ୍‌: ବିଜେପିକୁ ଲାଭ ବେଶୀ !

ପଶ୍ଚିମବଙ୍ଗ, ୩୦/୪: ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଛି । ୧୧,୮୬୦ ମତଦାନ କେନ୍ଦ୍ରରେ ଆଜି ଶାନ୍ତିପୂର୍ଣ୍ଣ ଉପାୟରେ ଭୋଟିଂ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟା ୫ ପର୍ଯ୍ୟନ୍ତ ୭୬.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ପଶ୍ଚିମବଙ୍ଗ ସମେତ ମୋଟ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା। ଏବେ ଆସିଛି ଏକ୍‌ଜିଟ୍‌ ପୋଲ୍‌। କେଉଁଠି କେଉଁ ସରକାର ସେନେଇ ଏକ ଆନୁମାନିକ ସଂକେତ ମିଳୁଛି । ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ସରିଥିବା ବେଳେ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଛି । ପଶ୍ଚିମବଙ୍ଗ ପାଇଁ ଆସିଥିବା ଏକଜିଟ୍‌ ପୋଲ୍‌ ଟିମଏସି ସପକ୍ଷରେ ଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ବିଭିନ୍ନ ସଂସ୍ଥାରୁ ମିଳିଥିବା ଏକ୍‌ଜିଟ୍‌ ପୋଲ୍‌ ଟିଏମସି ସରକାର ଗଢ଼ିବା ନେଇ ଇଶାରା କରୁଥିବା ବେଳେ ରିପବ୍ଲିକ୍ ସିଏନଏକ୍ସ ଏବଂ ଜନ କି ବାତ୍‌ ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ସରକାର କରିପାରେ ।

ଦେଖନ୍ତୁ ଏକଜିଟ୍‌ ପୋଲ୍‌ ସର୍ଭେ

ଏବପି ସି ଭୋଟର:

ଟିଏମସି: ୧୫୨-୧୬୪

ବିଜେପି: ୧୦୯-୧୨୧

ବାମ ମେଣ୍ଟ: ୧-୪

ରିପବ୍ଲିକ ସିଏନଏକ୍ସ

ଟିଏମସି: ୧୨୮-୧୩୮

ବିଜେପି: ୧୩୮-୧୪୮

ବାମ ମେଣ୍ଟ: ୧୧-୨୧

ଟିଭି-୯ ଭାରତବର୍ଷ ପୋଲ୍‌ଷ୍ଟେ୍ରଟ୍‌

ଟିଏମସି: ୧୪୨-୧୫୨

ବିଜେପି: ୧୨୫-୧୩୫

ବାମ ମେଣ୍ଟ: ୧୬-୨୬

ଜନ କି ବାତ

ଟିଏମସି: ୧୧୮-୧୩୪

ବିଜେପି: ୧୫୦-୧୬୨

ବାମ ମେଣ୍ଟ: ୧୦-୧୪

Spread the love