ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣାରେ କୋହଳ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ ସହ କଟକଣା ଜାରି ହୋଇଥିଲା। ବର୍ତ୍ତମାନ ଏହି କଟକଣାରେ ସାମାନ୍ୟ କୋହଳ କରାଯାଇଛି।

ସୂଚନା ଅନୁସାରେ ରାଜ୍ୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିବା ବେଳ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇ ୭ ଦିନ କରାଯାଇଛି। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିଥିବ ଓ ସେମାନେ ୨ ଡୋଜ ଟିକା ନେଇଥିବେ ସେମାନେ ଏବେ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେହିପରି ହୋମ୍ କ୍ୱାରେଣ୍ଟାଇନର ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ନିୟମ ଜାରି କରାଯାଇଛି। ନିର୍ବାଚନ ଡ୍ୟୁଟି ଓ ଜରୁରୀ କରୋନା କାର୍ଯ୍ୟରେ ଯାଇଥିଲେ କ୍ୱାରେଣ୍ଟାଇନ ମନା। ତେବେ ସମ୍ପୃକ୍ତ ବ୍ୟକ୍ତିକୁ ସର୍ବନିମ୍ନ ଜରୁରୀ ଆତଯାତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love