ପାଇଖାନା ଟାଙ୍କିରେ ପଡ଼ି ୨ ଶ୍ରମିକ ମୃତ

ଭୁବନେଶ୍ବର: ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁପାଳଗଡ଼ ରଘୁନାଥନଗର ଲେନ୍-୨ରେ ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ୨ ଯୁବକ। ହେଲେ ଦୁହେଁ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ। ହସ୍ପିଟାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Spread the love