ପାକିସ୍ତାନର ନୂଆ ଚାଲ, ଚୀନ ସହ ୭୦୦ ମେଗାୱାଟ୍ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ବୁଝାମଣା କଲେ ପିଓକେ ସରକାର

ପାକିସ୍ତାନ ଅଧିକୃତ କାଶ୍ମୀର ସରକାର ଏକ ଚାଇନାର କମ୍ପାନୀ ଏବଂ ସ୍ଥାନୀୟ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ସହିତ ଆନୁମାନିକ ମୂଲ୍ୟ ୧.୩୫ ବିଲିୟନ ଡ଼ଲାରରେ ୭୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଚୁକ୍ତି କରିଛନ୍ତି । ଏହି ପ୍ରକଳ୍ପ ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ର ଏକ ଅଂଶ । ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ୱେ ୱେଙ୍ଗେଙ୍କ ପାକିସ୍ତାନ ଗସ୍ତର ପରଦିନ ହିଁ ଏହା ଘୋଷଣା କରିଛନ୍ତି ।

ଡନ୍ ଅନୁଯାୟୀ, ପିଓକେ ସୁଦାନୋତି ଜିଲ୍ଲାର ଜେଲମ୍ ନଦୀ ଉପରେ ପ୍ରସ୍ତାବିତ ‘ଆଜାଦ ପଟ୍ଟାନ୍ ଜଳ ବିଦ୍ୟୁତ୍ ପ୍ରକଳ୍ପ’ରେ ଚୀନ୍‌ର ଗେଜୋବା ଗ୍ରୁପ୍ ଏବଂ ସ୍ଥାନୀୟ ସହଯୋଗୀ’ ଲାରାବ ଗ୍ରୁପ୍ ପାକିସ୍ଥାନ ‘ଅଂଶୀଦାର ଅଟନ୍ତି। ଖବରକାଗଜ ଅନୁଯାୟୀ ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ, ଚାଇନା କନଷ୍ଟ୍ରକସନ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ୍ ବ୍ୟାଙ୍କ ଅଫ୍ ଚାଇନା ଏବଂ ବ୍ୟାଙ୍କ ଅଫ୍ ଚାଇନା ଏହି ପ୍ରକଳ୍ପ ପାଇଁ ଗୋଷ୍ଠୀ ଅର୍ଥ ପ୍ରଦାନ କରିବେ। ଏହି ପ୍ରକଳ୍ପକୁ କାର‌୍ୟ୍ୟକାରୀ କରିବା ଏବଂ ପ୍ରକଳ୍ପରେ ଜଳ ବ୍ୟବହାର କରିବା ପାଇଁ ଆଜାଦ ପଟ୍ଟନ ପାୱାର ପ୍ରାଇଭେଟ ଲିମିଟେଡର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଲି ଶିଆଟୋଙ୍କୁ ମଙ୍ଗଳବାର ଦିନ ପିଓକେ ଶକ୍ତି ସଚିବ ଜାଫର ମହମୁଦ ଖାନ ସ୍ୱାକ୍ଷର କରିଛନ୍ତି।

ଭାରତ ଏହାର ଦୃଢ ଆପତ୍ତି ଜଣାଇଛି

ଭାରତ ଏହାକୁ ଦୃଢ ବିରୋଧ କରିଛି । ବୈଦେଶିକ ମନ୍ତ୍ରଣାଳୟ ଚଳିତ ବର୍ଷ କହିଛି ଯେ ଗିଲଗିଟ-ବାଲ୍ଟିସ୍ତାନ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ (ପାକିସ୍ତାନ) ତୁରନ୍ତ ବେଆଇନ ଭାବେ ଅଧିକୃତ ଅଞ୍ଚଳ ଖାଲି କରିବା ଉଚିତ। । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସରକାର ଗିଲଗିଟ ବାଲଟିସ୍ତାନକୁ ଏହି ପ୍ରଦେଶର ସ୍ଥିତିକୁ ସାମୟିକ ଭାବେ ପ୍ରଦାନ କରିବା ପାଇଁ ପ୍ରାଥମିକତା ଭିତ୍ତିରେ କାର‌୍ୟ୍ୟ କରିବେ। ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଖାନ ଗିଲଗିଟ ବାଲିସ୍ତାନର ୧୪ ଜଣ ସଦସ୍ୟ ବିବାଦୀୟ ଅଚଂଳରେ ପଂହଚିଥିଲେ ଏବଂ ପରେ ସେମାନେ ଏହି ମନ୍ତବ୍ୟ ଦେଇଥିଲେ।

Spread the love