ପାକିସ୍ତାନ ଚା’ ଦୋକାନରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ କେବଳ ଭାରତ ନୁହେଁ ପାକିସ୍ତାନରେ ବି ନିଜର ଛାପ ଛାଡି ଆସିଛନ୍ତି। ନିକଟରେ ପାକିସ୍ତାନର ଏକ ଚା’ ଦୋକାନରେ ଅଭିନନ୍ଦନଙ୍କୁ ଦେଖିବାକୁ ମିଳିଛି। ‘ଖାଁ ଚା’ ଦୋକାନ’ରେ ବୀର ଯବାନ ଅଭିନନ୍ଦନ ଚା’ ପିଉଥିବାର ଏକ ବ୍ୟାନର ଲାଗିଛି।

ଆଉ ଏଥିରେ ଲେଖାଯାଇଛି, ‘ଏମିତି ଚା’ଯାହା ଶତ୍ରୁକୁ ବି ମିତ୍ର କରିପାରେ’। କେବଳ ଏତିକି ନୁହେଁ ଉକ୍ତ ବ୍ୟାନରଟି ଆହୁରି ମଧ୍ୟ କିଛି ବାର୍ତ୍ତା ଦେଉଛି। ତେବେ ଏହା ପାକିସ୍ତାନର କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଉମର ଫାରୁକ ନାମକ ଜଣେ ବ୍ୟକ୍ତି ଏହି ଫଟୋଟିକୁ ଟୁଇଟର୍‌ରେ ଶେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି।

ତେବେ ଏହା ଫଟୋଶପରେ କରାଯାଇଛି ନା ସତକୁ ସତ ଏମିତି ବ୍ୟାନର ଲାଗିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ଫଟୋଟି ଦେଖିବା ପରେ ଏବେ ସୋସିଆଲ ମିଡିଆରେ ଆଲୋଚନା ହେଉଛି କି ଯଦି ଜଣେ ଚା’ ଦୋକାନି ଏତିକି ଚିନ୍ତା କରିପାରୁଛନ୍ତି ତେବେ ଏହାଠାରୁ ବଡ କଥା ଆଉ କିଛି ନାହିଁ। 

Spread the love