ପାରିବାରିକ କଳହରୁ ଭାଇକୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର : ଭାଇ ସାଜିଲା ଭଗାରୀ, ପାରିବାରିକ କଳହରୁ ନିଜ ଭାଇକୁ ହତ୍ୟା କଲା ଭାଇ ।  ନବରଙ୍ଗପୁର ଥାନା ନନ୍ଦାହାଣ୍ଡି ସିନ୍ଧିଗୁଡ଼ାରୁ ଆସିଛି ଏ ଅଭିଯୋଗ । ମୃତକ ହେଲେ ଗାଁର ଧନୁର୍ଜୟ ହରିଜନ । ଧନୁର୍ଜୟଙ୍କୁ ତାଙ୍କ ଭାଇ ହିଁ ହତ୍ୟା କରିଥିବା ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କିଛି ଦିନ ପୂର୍ବରୁ ଉଭୟଙ୍କ ଭିତରେ ଭୀଷଣ ପାଟିତୁଣ୍ଡ ହୋଇଥିଲା ।

ଆଜି ଦ୍ବିପ୍ରହରରେ ଧନୁର୍ଜୟ ଘରେ ଏକାକୀ ଶୋଇଥିବା ବେଳେ, ସ୍ତ୍ରୀ ମଜୁରୀ କରିବାକୁ ଯାଇଥିଲେ । କାମରୁ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ଯବଚ୍ଛେଦ ପାଇଁ ପଠାଇଠଛି । ଧନୁର୍ଜୟଙ୍କ ଭାଇ ହତ୍ୟାକାରୀ ସନ୍ଦେହ କରି ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Spread the love