ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା, ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର
ଭୁବନେଶ୍ୱର : ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ କ୍ଷତିରେ ଏବଂ ହଇରାଣ ହେଉଥିଲେ । ସମସ୍ତ ଷ୍ଟେକ ହୋଲଡରଙ୍କ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ସେହିଭଳି ଖୁଵଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟିବ। ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି । ଚୁଡାନ୍ତ ପ୍ରକ୍ରିୟାରେ ଅଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।