ପିଜିଆଇ ୨.୦ ରିପୋର୍ଟରେ ଓଡ଼ିଶା ସ୍ଥାନ ତଳକୁ ଖସିବା ପ୍ରସଙ୍ଗ
ପିଜିଆଇ 2.0 ରିପୋର୍ଟରେ ଓଡ଼ିଶା ସ୍ଥାନ ତଳକୁ ଖସିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । 23 ବର୍ଷ ବିଫଳତାକୁ ଲୁଚାଇବା ପାଇଁ ନୂଆ ନୂଆ ମିଛ କଥା କହୁଛନ୍ତି । ଯାହା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହା ରାଜ୍ୟ ସରକାରଙ୍କ ପାଇଁ ଆଇନା । ଏମାନେ ଶାସନ ନୁହେଁ କ୍ଷମତା ଲୋଭରେ ରହୁଛନ୍ତି ।
5T ଟ୍ରାନସଫୋରମେସନ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି । ସ୍କୁଲରେ ଭିତ୍ତିଭୂମି ଠିକ୍ ନାହିଁ । ଶିକ୍ଷକ ନାହାନ୍ତି, ପାଇଖାନା ନାହିଁ । କେବଳ ସବୁଜ ରଙ୍ଗ ଦେଇ 5T ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାର ବ୍ୟବସ୍ଥା ଚାଲିଛି ବୋଲି କହିଛନ୍ତି ଲେଖାଶ୍ରୀ ।