ପିଲାଙ୍କ ପାଇଁ ବିପଦଜନକ ହୋଇଥାଏ ଚକୋଲେଟ୍, ଜାଣନ୍ତୁ କ’ଣ କରିଥାଏ କ୍ଷତି

ଚକୋଲେଟ୍ ଏପରି ଏକ ଜିନିଷ ଯାହାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଚକୋଲେଟ୍ ଖାଇବାକୁ ବହୁତ ଭଲ ଲାଗିଥାଏ । ଏହା ସହ ଯଦି କାହାକୁ ଗିଫ୍ଟ ଦେବା କଥା ଆସିଥାଏ ସେତେବେଳେ ପ୍ରଥମେ ଆଖି ସାମ୍ନାକୁ ପ୍ରଥମେ ଚକୋଲେଟ୍ ଆସିଥାଏ । କିଛି ଲୋକ ନିଜର ଷ୍ଟ୍ରେସକୁ କମ୍ କରିବା ପାଇଁ ଚକୋଲେଟ୍ ଖାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଏଥିପାଇଁ ଅଧିକାଂଶ ଲୋକ ଚକୋଲେଟକୁ ବହୁତ ଦିନ ଧରି ଫ୍ରିଜରେ ରଖିଥାନ୍ତି  ଏବଂ ଏହାର ମଜା ନେଇଥାନ୍ତି ।

ବିଶେଷ କରି ପିଲାମାନେ ଚକୋଲେଟକୁ ବେଶୀ ଭଲ ପାଇଥାନ୍ତି । ବର୍ତ୍ତମାନ ସମୟରେ ଏମିତି କୌଣସି ଘରର ପିଲା ନାହାଁନ୍ତି ଯାହାକୁ ଚକୋଲେଟ୍ ପସନ୍ଦ ହେଉନଥିବ । ଚକୋଲେଟ ସ୍ବାଦିଷ୍ଟ ଲାଗୁଥିବାରୁ ଏହାକୁ ଖାଇବାକୁ ପିଲାମାନେ ବେଶ୍ ପସନ୍ଦ କରିଥାନ୍ତି । ତେଣୁ ସେମାନେ ମାର୍କେଟକୁ ଯିବା ମାତ୍ରେ ଚକୋଲେଟ୍ ପାଇଁ ସେମାନେ ବେଶୀ ଜିଦି କରିଥାନ୍ତି । ଆଉ କିଛି ପିଲା ମଧ୍ୟ ଅଛନ୍ତି ଯେଉଁମାନେ କ୍ୟାଣ୍ଡି ଭଳି କଲରଫୁଲ୍ ଚକୋଲେଟ୍ ପ୍ରତି ଆକର୍ଷିତ ହୋଇଥାନ୍ତି । ଅନେକ ବିଶେଷଜ୍ଞ ଚକୋଲେଟ୍ ଖାଇବା ହିତକର କହୁଥିବାବେଳେ ଆଉ କିଛି ଏହାକୁ ଅହିତକର ବୋଲି କହୁଛନ୍ତି । କିନ୍ତୁ ଏ ସବୁ ଖାଇବା କେତେ କ୍ଷତିକାରକ ଜାଣିଲେ ଆପରବି ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେବେ ଏହା ସମ୍ପର୍କରେ ଆସନ୍ତୁ ଜାଣିବା ।

ଚକୋଲେଟ୍ କେବଳ ଦାନ୍ତକୁ ନଷ୍ଟ କରେ ନାହିଁ ବରଂ ଏହା ଡାଇବେଟିସ୍ ଏବଂ ହାଇପରଆକ୍ଟିଭିଟିର ଆଶଙ୍କାକୁ ବଢାଇ ଦେଇଥାଏ । ଏହା ବ୍ୟତୀତ ଦୁର୍ବଳ ଲାଗିବା, ପାଚନ ସମସ୍ୟା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ କମାଇବା ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯାହା ବିପଦଜନକ ହୋଇଥାଏ । ଚକୋଲେଟ୍ ପିଲାଙ୍କୁ ଦେବା ପୂର୍ବରୁ ସେଥିରେ ଥିବା କେଉଁ କେଉଁ ଜିନିଷ କ୍ଷତିକାରକ ଆସନ୍ତୁ ପ୍ରଥମେ ସେ ସମ୍ପର୍କରେ ଜାଣିବା ।

କ୍ୟାଣ୍ଡି କିମ୍ବା ଚକୋଲେଟରେ ବହୁ ପରିମାଣର ଚିନି ମିଶି ରହିଥାଏ ଯାହା ଖାଇବା ଦ୍ବାରା ରକ୍ତ ଶର୍କରାକୁ ବୃଦ୍ଧି କରିଥାଏ । ପିଲାଙ୍କ ଆଖି ସୁନ୍ଦର ଦିଶିବା ପାଇଁ  ଚକୋଲେଟରେ କଲର୍ ଆଡ୍ କରାଯାଇଥାଏ । ଯାହା ଅନେକ ସମୟରେ ଆଲର୍ଜି ଭଳି ସମସ୍ୟା କାରଣ ହୋଇଥାଏ । ଚକୋଲେଟରେ ଥିବା ଟ୍ରାନ୍ସ ଫ୍ୟାଟ୍ ହାର୍ଟ ଏବଂ ଲିଭରକୁ ପ୍ରଭାବିତ କରିଥାଏ । ଏହାକୁ ଲଗାତାର ଖାଇବା ଦ୍ବାରା ପିଲାଙ୍କ ଶରୀର ପାଇଁ ଅହିତକର ହୋଇଥାଏ । ତେବେ କେଉଁ କେଉଁ ସମସ୍ୟା ଦେଖିବାକୁ ମିଳିଥାଏ ସେ ସମ୍ପର୍କରେ ଆମେ ଆପଣଙ୍କୁ ଆଜି ଜଣାଇବୁ ।

ଚକୋଲେଟ୍ ଖାଇବା ପରେ ପାଟିରେ ଥିବା ବ୍ୟାକ୍ଟେରିଆ ଚିନିକୁ ଏସିଡରେ ପରିଣତ କରିଦେଇଥାନ୍ତି । ଯାହା ଦାନ୍ତର ଏନାମେଲକୁ ନଷ୍ଟ କରି ଦେଇଥାଏ । ଫଳରେ ଖୁବ୍ କମ୍ ବୟସରେ ଦାନ୍ତ ଦୁର୍ବଳ ହୋଇପଡେ । ଚକୋଲେଟରେ କ୍ୟାଲୋରି ଅଧିକ ଥିବାରୁ ଦ୍ରୁତ ଗତିରେ ଓଜନକୁ ବଢାଇଥାଏ । ଯାହା ମେଦବହୁଳତାର କାରଣ ହୋଇପାରେ । ଚକୋଲେଟରେ ଥିବା ଅତ୍ୟଧିକ ଚିନିର ପରିମାଣ ଡାଇବେଟିସର ଆଶଙ୍କାକୁ ବଢାଇ ଦେଇଥାଏ ।

ଏତିକି ନୁହେଁ ଚକୋଲେଟ୍ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିର ଦକ୍ଷତାକୁ ହ୍ରାସ କରିପାରେ, ବାରମ୍ବାର ସଂକ୍ରମଣର ଆଶଙ୍କା ବଢ଼ାଇଥାଏ । ହାଇପରଆକ୍ଟିଭିଟି କାରଣରୁ ପିଲାଙ୍କ ଏକାଗ୍ରତାରେ ବାଧା ସୃଷ୍ଟି କରିଥାଏ । ତେବେ କିପରି ପିଲାଙ୍କୁ ଚକୋଲେଟଠାରୁ ଦୂରରେ ରଖିବେ ଆସନ୍ତୁ ଜାଣିବା ।

ପ୍ରତିଦିନର ଚକୋଲେଟର ଅଭ୍ୟାସ କରାନ୍ତୁ ନାହିଁ । ଘରେ ଶୁଖିଲା ଫଳ, ଘର ତିଆରି ଡାର୍କ ଚକୋଲେଟ୍ ଭଳି ସୁସ୍ଥ ଖାଦ୍ୟ ଦିଅନ୍ତୁ । ମିଠା ଖାଇବା ପରେ ପିଲାମାନଙ୍କୁ ପାଣି ଦିଅନ୍ତୁ ଏବଂ ସେମାନଙ୍କୁ ଦାନ୍ତ ଘଷିବାର ଅଭ୍ୟାସ କରାନ୍ତୁ । ଏଭଳି ଅଭ୍ୟାସଠାରୁ ଦୂରରେ ରଖିବା ଦ୍ବାରା ପିଲାମାନେ ବିପଦଜନକ ପରିସ୍ଥିତିଠାରୁ ମୁକ୍ତି ପାଇପାରିବେ ।

Spread the love