ପୀତବାସ ପଣ୍ଡା ହତ୍ୟା ମାମଲା, ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡର ଖୁଲାସା ହେବ : ଆଇଜି

ବ୍ରହ୍ମପୁର:  ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ ଅପଡେଟ୍ । ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡ ଖୁଲାସା ହେବ କହିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ପୋଲିସ ସହିଦ ଦିବସରେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ଏବେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ଜେରା ଚଳାଇଥିବା ଜଣାପଡ଼ିଛି । କ୍ଲୋଜ ରେଞ୍ଜରୁ ହତ୍ୟାକୁ ୧୫ଦିନ ବିତିଲାଣି । ଏବେ ବି ଧରାପଡ଼ିନାହାନ୍ତି ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀ । ବହୁ ଦିଗରୁ ତଦନ୍ତ ଚାଲିଥିଲେ ମଧ୍ୟ ଅନ୍ଧାରରେ ରହିଛି ପୋଲିସ ତଦନ୍ତ । ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

Spread the love