ପୁଅର ନାମ ପ୍ରକାଶ କଲେ କ୍ୟାଟ୍ରିନା କୈଫ-ଭିକି କୌଶଲ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ  ସେମାନଙ୍କର ପୁଅର ନାମ ପ୍ରକାଶ କରିଛନ୍ତି । ଏଥିସହ ଇନଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁଅର ହାତ ଧରିଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବାପା-ମା ହେବାର ଖୁସି ଅନୁଭବ କରୁଛନ୍ତି । ନିକଟରେ କ୍ୟାଟ୍ରିନା ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । କିନ୍ତୁ ଏବେ ଦମ୍ପତ୍ତି ସେମାନେ ସେମାନଙ୍କର ପୁଅର ନାମ ପ୍ରକାଶ କରିଛନ୍ତି । ଯାହାକୁ ସେମାନେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପୁଅର ନାମ ପ୍ରକାଶ କରିବା ସହ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି । ସେୟାର ହୋଇଥିବା ଏହି ପୋଷ୍ଟରେ କ୍ୟାଟ୍ରିନା ଏବଂ ଭିକି ସେମାନଙ୍କ ପୁଅର ହାତ ଥରିଥିବାର ଦେଖିବାକୁ ମିଳିଛି । ଏଥିସହ ସେୟାର ହୋଇଥିବା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ‘‘ବିହାନ କୌଶଲ ଆମର ଆଲୋକର କିରଣ । ଯିଏ କି ଆମ ପାଇଁ ଆଶୀର୍ବାଦ । ଆମ ଜୀବନର ସବୁଠାରୁ ବଡ଼ ଉପହାର । ଯାହା ଆମର ଦୁନିଆକୁ ବଦଳାଇ ଦେଇଛି ।

ଏହା ବ୍ୟତୀତ ବିହାନର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଯାହାର ଅର୍ଥ ନୂଆ ସକାଳର ଆରମ୍ଭ । ସୂର୍ଯ୍ୟୋଦୟ ଗୋଟିଏ ନୂଆ ଆଶାର ପ୍ରତୀକ । ଫଟୋ ସେୟାର ହେବା ପରେ ସେମାନଙ୍କୁ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନଙ୍କର ପ୍ରତିକ୍ରିୟା ମିଳିଚାଲିଛି ।

ଯଦି କ୍ୟାରିୟର କଥା କୁହାଯାଏ ତେବେ ଭିକି କୌଶଲ ଶେଷ ଥର ପାଇଁ ଫିଲ୍ମ “ଚାୱା” ରେ ନଜର ଆସିଥିଲେ । ଯାହା ଫିଲ୍ମଟି ବକ୍ସ ଅଫିସରେ ଧମାକା କରିଥିଲା ​​ଏବଂ ଅନେକ ରେକର୍ଡ ଭାଙ୍ଗିଥିଲା । ତାଙ୍କୁ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଥିବା ନଜର ଆସିଥିଲେ । ଭିକି ପରବର୍ତ୍ତୀ ସମୟରେ ସଞ୍ଜୟ ଲୀଲା ବଂଶାଲିଙ୍କ “ଲଭ୍ ଆଣ୍ଡ୍ ୱାର୍” ରେ ନଜର ଆସିବେ । କ୍ୟାଟ୍ରିନାଙ୍କୁ “ମେରି ଖ୍ରୀଷ୍ଟମାସ” ଏବଂ “ଟାଇଗର 3” ରେ ମଧ୍ୟ ଦେଖିବାକୁ ମିଳିଥିଲା ।

Spread the love