ପୁଅ ଗୀତ ଗାଇ ଗାଇ ବାପାକୁ ଦେଲା ଗାଳି, ଅମିତାଭ ବଚ୍ଚନ ସେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। କିଛି ଭିଡିଓ ଆପଣଙ୍କୁ ଖତରନାକ ଲାଗୁଥିବାବେଳେ ଆଉ କିଛି ଭିଡିଓ ଆପଣଙ୍କୁ ହସେଇ ହସେଇ ବେଦମ୍ କରିଦିଏ।ଆପଣଙ୍କ ପାଇଁ ଆଜି ଆମେ ଏମିତି ଭିଡିଓ ନେଇ ଆସିଛୁ ଯାହା ଆପଣଙ୍କୁ ହସେଇ ହସେଇ ବେଦମ୍ କରିଦେବ। ଏହି ଭିଡିଓକୁ ବଲିଉଡ୍ ସେହନସାହ ଅମିତାଭ ବଚ୍ଚନ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଜଣେ ବାପ-ପୁଅଙ୍କର ମଜାଦାର ଭିଡିଓ ଦେଖିବାକୁ ପାଇବେ।

ଭିଡିଓରେ ଜଣେ ବାପା ଏବଂ ପୁଅ ହାରମୋନିୟମ ବଜାଇ ଗୀତ ଅଭ୍ୟାସ କରୁଥିବା ନଜର ଆସୁଛି। ମଝିରେ ମଝିରେ ପୁଅ ବାପା ସହିତ ତାଳ ଦେଇ ଗୀତ ଗାଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଛୋଟ ପିଲାଟି ନିଜ ବାପାଙ୍କ ସ୍ୱରରେ ସ୍ୱର ମିଳାଉଛି।

ମଝିରେ ମଝିରେ ପିଲାଟି ବାପାକୁ ତାଗିଦ୍ କରି ଠିକ ଭାବେ ଗାଇବାକୁ ମଧ୍ୟ କହୁଛି। ଅମିତାଭ ବଚ୍ଚନ ସେୟାର କରିଥିବା ଏହି ଭିଡିଓକୁ ଦେଖି ଲୋକେ ଖୁବ୍ ପ୍ରତିକ୍ରୀୟା ଦେଉଛନ୍ତି। ଖାଲି ଏତିକି ନୁହେଁ ଲୋକେ ଏହି ଭିଡିଓକୁ ଖୁବ୍ ସେୟାର ମଧ୍ୟ କରୁଛନ୍ତି।

Spread the love