ପୁଣି ଅଶାନ୍ତ ହେଲା କଟକ ସହର, ରାଲି ବେଳେ ପୋଲିସ୍-ଆନ୍ଦୋଳନକାରୀ ମୁହାଁମୁହିଁ
ଆସନ୍ତାକାଲି ବନ୍ଦ ପୂର୍ବରୁ ପୁଣି ଅଶାନ୍ତ କଟକ। ବାଇକ ରାଲି ବେଳେ ପ୍ରବଳ ଉତ୍ତେଜନା । ବନ୍ଦ ପୂର୍ବରୁ ବାଇକ ରାଲିରେ ବିପୁଳ ସଂଖ୍ୟାରେ ବାହାରିଥିଲେ ଆନ୍ଦୋଳନକାରୀ। ତେବେ ରାଲି ପାଇଁ ଅନୁମତି ନଥିବାରୁ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ଆନ୍ଦୋଳନକାରୀମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଥିଲା।
ପୋଲିସ ଉପରକୁ ଟେକାପଥର ମାଡ଼ କରିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା । ବନ୍ଦ ଡାକରା ସମର୍ଥନରେ ବିଭିନ୍ନ ସଙ୍ଗଠନ ରାଲି ବାହାର କରିଛନ୍ତି। ସମ୍ବେଦନଶୀଳ ଅଞ୍ଚଳରେ ରାଲିକୁ ପୋଲିସ ଅଟକାଇଛି। ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି ଡିସିପି ଋଷିକେଶ ଖିଲାରୀ ।
