ପୁଣି ଚର୍ଚ୍ଚାରେ ଚୌଦ୍ୱାର ସର୍କଲ ଜେଲ,ବିଚାରଧୀନ କଏଦୀଙ୍କ ଲୁଟି ନେଲେ ସୁନା

ଚୌଦ୍ୱାର : ପୁଣି ଚର୍ଚ୍ଚାରେ ଚୌଦ୍ୱାର ସର୍କଲ ଜେଲ। ବିଚାରଧୀନ କଏଦୀ ନିକଟରୁ ଲୁଟି ନେଲେ ସୁନା । ଚୌଦ୍ୱାର ସର୍କଲ ଜେଲର ଅଧିକ୍ଷକ ସୁଜିତ ରାଉଳଙ୍କ ନାଁରେ ଆସିଛି ଏପରି ଅଭିଯୋଗ  l  ଆଜି ମାହାଙ୍ଗା ଅଂଚଳ ର ଜଣେ ମହିଳା କାରାଗାର ରେ ଥିଲା ବେଳେ ତାଙ୍କର ବିଭିନ୍ନ ସୁନା ସାମଗ୍ରୀକୁ ହଡପ କରିବା ଘଟଣାକୁ ନେଇ ରାଉଳ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି  l

ପ୍ରକାଶ ଯେ ମାହାଙ୍ଗାର ଇତିଶ୍ରୀ ମହାନ୍ତି ଏକ ଘଟଣାରେ ୨୩. ୦୯. ୨୦୨୫ ରେ କାରାଗାରକୁ ଯିବା ବେଳେ ତାଙ୍କ ପାଖରେ ଥିବା ବିଭିନ୍ନ ସୁନାକୁ ସିସିଟିଭି ମାଧ୍ୟମରେ ଜେଲ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ  l  ଜେଲରୁ ତିନି ମାସ ପରେ ଜାମିନରେ ବାହାରିବା ପରେ ନିଜର ସୁନା ଅଳଙ୍କାରକୁ ମାଗିବାରୁ ଖୋଜିବାର ବାହାନା କରି ଜେଲ ଅଧିକ୍ଷକ ସୁଜିତ କୁମାର ରାଉଳ କହିଲେ ଆମେ ଖୋଜୁଛୁ ମାସେ ପରେ ଆସ ଆମେ ଦେଖିବା  l

ଇତିଶ୍ରୀ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା  l  ଆଜି ଜେଲକୁ ଇତିଶ୍ରୀ ଆସି ପଚାରିବାରୁ ଶ୍ରୀ ରାଉଳ କହିଲେ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ପାଖରେ ଏହି ସୁନା ଅଳଙ୍କାର ରହିଛି ଓ ତାଙ୍କ ବିରୁଦ୍ଧରେ ଏତଲା କରନ୍ତୁ ମୁଁ ତମକୁ କିଛି ଅର୍ଥ ଦେବି ବୋଲି କହିଥିଲେ  l  ଏହି କଥା ଶୁଣିଲା ପରେ ଇତିଶ୍ରୀ ଚୌଦ୍ୱାର ଥାନାରେ ରାଉଳ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି  l  ଅନ୍ୟ ପକ୍ଷରେ ଜେଲ ଡ଼ି.ଆଇ.ଜି ଘଟଣାର ତଦନ୍ତ କରିବେ ବୋଲି ଜଣାପଡିଛି  l

Spread the love