ପୁଣି ଜରୁରୀ ଅବତରଣ କଲା ଏୟାର ଇଣ୍ଡିଗୋ ବିମାନ, ସୁରକ୍ଷିତରେ ଓହ୍ଲାଇଲେ ଯାତ୍ରୀ

ଆମେରିକାର ସାନ୍ ଫ୍ରାନ୍ସିସ୍କୋରରୁ ମୁମ୍ବାଇ ଯାଉଥିବାବେଳେ ପୁଣି ଜରୁରୀ ଅବତରଣ କରିଛି ଏୟାର ଇଣ୍ଡିଗୋ ବିମାନ । ପୁଣି ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ମଙ୍ଗଳବାର ଦିନ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ କୋଲକାତାରେ ଅବତରଣ କରିଛି ବିମାନ । ଫଳରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଦିଆ ଯାଇଥିଲା ।

ସୂଚନାନୁଯାୟୀ, ସାନ୍ ଫ୍ରାନ୍ସିସ୍କୋରୁ କୋଲକତା ଦେଇ ମୁମ୍ବାଇ ଯାଉଥିଲା । ସେହି ସମୟରେ ଏୟାର ଇଣ୍ଡିଆର ବିମାନ ନମ୍ବର AI-୧୮୦ ରାତି ୧୨:୪୫ରେ ସହରର ଏୟାରପୋର୍ଟରେ ପହଞ୍ଚିଥିଲା । ​​କିନ୍ତୁ ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣରେ ବିଳମ୍ବିତ ହୋଇଥିଲା । ତେଣୁ ପାଇଲଟ ସକାଳ ପ୍ରାୟ ୫:୨୦ ରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ପାଇଁ ଘୋଷଣା କରିଥିଲେ । ବିମାନ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିମାନର କ୍ୟାପଟେନ ଯାତ୍ରୀଙ୍କୁ କହିଥିଲେ । ତେଣୁ ସେପଟେ ଏୟାର ଇଣ୍ଡିଆ ବିମାନର ବାମ ଇଞ୍ଜିନଟି କୋଲକାତା ବିମାନବନ୍ଦରର ଟାରମ୍ୟାକରେ । ଠିଆ ହୋଇ କ୍ଷେତ୍ରଟି ଯାଞ୍ଚ କରୁଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ ।

ଅନ୍ୟପଟେ, ସୋମବାର ଦିନ, ହଂକଂରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର ବିମାନକୁ ଯାନ୍ତ୍ରିକ ତ୍ରୁଟି ସନ୍ଦେହ ଯୋଗୁଁ ହଂକଂ ଫେରିବାକୁ ପଡିଥିଲା। ଉଡ଼ାଣଟି 22,000 ଫୁଟ ଉଚ୍ଚତାକୁ ଉଡ଼ିଥିଲା, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପାଇଲଟ୍ ଅପରାହ୍ନ ୧:୧୫ରେ ବିମାନଟିକୁ ହଂକଂରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତ୍ରୁଟିର କାରଣ ଜଣାପଡିନାହିଁ । ଯାହା ଦ୍ବାରା ଏହି ବିମାନର ତଦନ୍ତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *