ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦
ତୁର୍କୀରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୬.୦ ବୋଲି ଜଣାପଡିଛି । ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ଘରୁ ଦୌଡି ଚାଲିଆସିଥିଲେ । ଭୂକମ୍ପରେ କ୍ଷୟକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ । ଭୂକମ୍ପ ଯୋଗୁଁ ଲୋକଙ୍କୁ ବିଲିଡିଂରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
ଭୂକମ୍ପର କେନ୍ଦ୍ର ଇସ୍ତାନବୁଲର ପଶ୍ଚିମରେ ପ୍ରାୟ ୮୦ କିମି ଦୂର ସିଲିଭରି ଅଞ୍ଚଳରେ ବୋଲି ଜଣାପଡିଛି । ଏହାର ଗଭୀରତା ୧୦ କିମି । ଭୂକମ୍ପ ଯୋଗୁଁ ବାଲକୋନୀରୁ ଡେଇଁ ଜଣେ ଲୋକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୩ରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୁଁ ଜନଜୀବନ ଛାରଖାର ହୋଇଯାଇଥିଲା । ଏହାର ତୀବ୍ରତା ୭.୮ ରହିଥିଲା । ୨୪ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଥିଲେ ।