ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳବାର ବଡ଼ ମହାସ୍ନାନ ହୋଇଛି । ଭିତରକାଠ ନିକଟରେ ଜଣେ ପିଲା । ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସକାଳ ଧୂପ ପୂଜା ଶେଷ ହେବା ପରେ ଭକ୍ତମାନଙ୍କୁ ଭିତରକାଠ ଦର୍ଶନ ପାଇଁ ଛଡ଼ାଯାଇଥିଲା। ଏହି ସମୟରେ ଭିତର କାଠ ନିକଟରେ ଜଣେ ଛୋଟପିଲା ବାନ୍ତି କରିଦେଇଥିଲା ।

ସେହିଠାରେ ନୀତିକୁ ବନ୍ଦ କରାଯାଇ ବଡ଼ ମହାସ୍ନାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ବାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡ଼ିଥିଲା। ପୂଜାପଣ୍ଡା ସେବାୟତ ବଡ଼ ମହାସ୍ନାନ ପୂଜା କରିବା ପରେ ଯେଉଁଠାରୁ ନୀତି ଅଟକିଥିଲା ପୁଣି ସେହିଠାରୁ ଆରମ୍ଭ ହୋଇଥିଲା। ଏହି ବଡ଼ ମହାସ୍ନାନ ପାଇଁ ପ୍ରାୟ ୧ ଘଣ୍ଟା ନୀତି ବିଳମ୍ବ ହୋଇଥିଲା

କୌଣସି କାରଣବଶତଃ ରକ୍ତଛିଟା ପଡ଼ିଲେ ବି ବଡ଼ ମହାସ୍ନାନ ହୋଇଥାଏ। ଏଥ୍‌ରେ ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ବାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡ଼େ। ପୂଜାପଣ୍ଡା ବଡ଼ ମହାସ୍ନାନ ପୂଜା କରିବା ପରେ ଯେଉଁଠାରେ ନୀତି ଅଟକିଥାଏ ପୁଣି ସେହିଠାରୁ ଆରମ୍ଭ ହୁଏ।

Spread the love