ପୁରୀରେ ପୁଣି ହିଂସା: ସ୍ପଷ୍ଟ ଦିବାଲୋକରେ ଛୁରାମାଡ଼, ଦାଦା-ପୁତୁରା ଆହତ

ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ସ୍ବଷ୍ଟ ଦିବାଲୋକରେ ଛୁରାମାଡ଼ ହୋଇଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ହୋଇଥିବା ଛୁରାମାଡ଼ରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନେ ହେଲେ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଉଭୟ ଗୌରାଙ୍ଗ ସାହୁ ଓ ସନ୍ତୋଷ କୁମାର ସାହୁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଥିଲେ। ଏହି ସମୟରେ ଏକ ବାଇକ୍‌ରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ଦାଦା ଓ ପୁତୁରାଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସୂଚନାଯୋଗ୍ୟ, ପୁରୀ ସହରରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ‌ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ଜନଗହଳିପୂର୍ଣ୍ଣ ଓ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Spread the love